ଖାରିନାଳ ସେତୁ ତଳୁ ଆହତ ଯୁବକ ଉଦ୍ଧାର…


ହିଞ୍ଜିଳିକାଟୁ : ଶନିବାର ସକାଳେ ହିଞ୍ଜିଳି ଥାନା ଦୟାପଲ୍ଲୀ- ମହୁଲପଲ୍ଲୀ ମଧ୍ୟବର୍ତ୍ତୀ ରାସ୍ତା ଖାରିଆନାଳ ସେତୁ ତଳୁ ଜଣେ ଆହତ ଯୁବକଙ୍କ ହିଞ୍ଜିଳି ପୋଲିସ ଉଦ୍ଧାର କରିଛି । ଆହତ ଜଣଙ୍କ ହେଲେ ଗୋପାଳପୁର ଥାନା ବାହାଦୁରପେଟା ଗ୍ରାମର ଦିଲିପ କୁମାର ବେହେରା (୩୨) । ଆହତ ଯୁବକଙ୍କୁ ଉଦ୍ଧାର ପରେ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚାଲିଥିବା ବେଳେ ଏ ନେଇ ହିଞ୍ଜିଳି ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଦିଲିପ ଶୁକ୍ରବାର ରାତିରେ ଯାତ୍ରା ଦେଖିବା ପାଇଁ ଜଗଦଲପୁର ଯାଇଥିବା ଜଣାପଡିଛି । ବିଳମ୍ବିତ ରାତିରେ କୈାଣସି ଦୁର୍ବୃତ୍ତ ଦିଲିପଙ୍କୁ ଆକ୍ରମଣ କରିବା ପରେ ଟଙ୍କା, ମୋବାଇଲ ନେଇ ହେତୁ ତଳକୁ ଠେଲି ଦେଇଥିବା ଗାଁ ରେ ଚର୍ଚ୍ଚା ଜୋର ଧରିଛି । ଅନ୍ୟପକ୍ଷରେ ଯଦି ନିଶାରେ ଚୁର ହୋଇ ଯୁବକ ଜଣଙ୍କ ଭାରସାମ୍ୟ ହରାଇ ସେତୁ ତଳକୁ ଖସି ପଡିଥିବା ନେଇ ହିଞ୍ଜିଳି ପୋଲିସ ସନ୍ଦେହ କରୁଛି । ଶନିବାର ଭୋରରୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କିଛି ଶ୍ରମିକ ନିକଟସ୍ଥ ଅଞ୍ଚଳକୁ କାମ କରିବାକୁ ଯାଇଥିବା ବେଳେ ସଂପୃକ୍ତ ସେତୁ ତଳେ ଯୁବକ ଜଣଙ୍କ ଆହତଙ୍କୁ ହୋଇ ପଡିଥିବା ଦେଖି ସଂପୃକ୍ତ ପଞ୍ଚାୟତର ସରପଞ୍ଚ ଓ ହିଞ୍ଜିଳି ପୋଲିସକୁ ସୂଚନା ଦେଇଥିଲେ ।

nis-ad
Leave A Reply

Your email address will not be published.