ବର୍ଷା ଋତୁର ଆଗମନକୁ ନେଇ ବାତ୍ୟା ଓ ଭୁସ୍ଖଳନର ଆଶଙ୍କା କରି ପୂର୍ବ ପ୍ରସ୍ତୁତି ବୈଠକ

ଦାରିଙ୍ଗବାଡ଼ି(୧୭/୬) : ଦାରିଙ୍ଗବାଡ଼ି ବ୍ଳକ ପ୍ରଶାସନ ପକ୍ଷରୁ ବର୍ଷା ଋତୁର ଆଗମନକୁ ନେଇ ବାତ୍ୟା ଓ ଭୁସ୍ଖଳନର ଆଶଙ୍କା କରି ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ବିଡିଓ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଅଛି । ଏଥିରେ ତହସିଲଦାର ଚାର୍ଲସ ନାୟକ, ଥାନା ଅଧିକାରୀ କୌଶିକ ମାଝୀ, ଜନସ୍ଵାସ୍ଥ୍ୟ ଅଧିକାରୀ ପ୍ରତିନିଧି ଡା. ସହିତ, ସିଡିପିଓ ଅଞ୍ଜଳି ମହାପାତ୍ର, ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ସୁବାସିନ ଦିଗାଲ ଓ ସମସ୍ତ ଲାଇନ ବିଭାଗର ଅଧିକାରୀ ଯୋଗଦେଇଥିଲେ । ମୁଖ୍ୟ କରି ବର୍ଷା ଦିନରେ ଦାରିଙ୍ଗବାଡ଼ି ବ୍ଳକରେ ଅତ୍ୟଧିକ ବର୍ଷା ପବନ ହେବା ଫଳରେ ଭୁସ୍ଖଳନ, ରାସ୍ତାଘାଟ ଧୋଇହେବା ଓ ଗଛଡାଳ ଭାଙ୍ଗିବା ସହିତ ଗ୍ରାମାଞ୍ଚଳରେ ଘର ଭାଙ୍ଗିବା, ଛାତ ଉଡ଼ିବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ଏହି ସମସ୍ୟାକୁ କିପରି ମୁକାବିଲା କରାଯାଇ ପାରିବ ସେନେଇ ସମସ୍ତ ଅଧିକାରୀ ମାନକୁ ନେଇ ପୁର୍ବ ପ୍ରସ୍ତୁତି ଆଲୋଚନା କରାଯାଇଛି । ମୁଖ୍ୟ କରି ଏହି ସମୟରେ ବୃଦ୍ଧବୃଦ୍ଧା, ଶିଶୁ, ଗର୍ଭବତୀ , ପ୍ରସୂତି ଓ ଘରଶୁନ୍ୟ ପରିବାର ସଦସ୍ୟଙ୍କୁ ସମସ୍ତ ସହଯୋଗ, ସୁରକ୍ଷା ଯୋଗାଇବା ବ୍ୟବସ୍ଥା କରାଯାଇ ପାରିବ ସେନେଇ ବିଶୃତ ଭାବେ ଆଲୋଚନା କରି ବିଭାଗର ନିଜ ନିଜର ଦାୟିତ୍ୱ ସମ୍ପର୍କରେ ଅବଗତ ହୋଇଥିଲେ । ତହସିଲଦାର ସରକାରଙ୍କ ଯୋଜନା ଓ ନୀତିନିୟମ ନେଇ ସୂଚନା ପ୍ରଦାନ କରିଥିଲେ ।

nis-ad
Leave A Reply

Your email address will not be published.