କରୋନା ପରବର୍ତ୍ତୀ ଜଟିଳତାର ଶିକାର ହୋଇ ଦିଲ୍ଲୀରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ସୋନିଆ  

ନୂଆଦିଲ୍ଲୀ: କରୋନା ପରବର୍ତ୍ତୀ ଜଟିଳତାର ଶିକାର ହୋଇ ଦିଲ୍ଲୀରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ସୋନିଆ ଗାନ୍ଧି। ଏବେ ତାଙ୍କୁ ଭେଟିବାକୁ ଯାଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ସୋନିଆଙ୍କ ସ୍ୱାସ୍ଥ୍ୟା ଅବସ୍ଥା ଉପରେ ସାର୍ବଜନୀନ କରିଛନ୍ତି। କରୋନାରୁ ସୁସ୍ଥ ହେବା ପରେ ପରେ ସୋନିଆଙ୍କ ନାକରୁ ରକ୍ତ ବାହାରୁଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଟିକିଏ ସୁଧାର ଆସିଛି।
କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଜୁନ୍‌ ୧୨ରେ ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେତେବେଳେ କରୋନାରୁ ସୁସ୍ଥ ହେବା ପରେ ତାଙ୍କ ଠାରେ ପ୍ରି-କୋଭିଡ ସମସ୍ୟା ଦେଖା ଦେଇଥିଲା। ଏପରିକି ତାଙ୍କ ନାକରୁ ରକ୍ତ ବାହାରୁଥିବା କଂଗ୍ରେସ ନେତା ଜୟରାମ ରମେଶ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।
ଜୟରାମଙ୍କ କହିବା ମୁତାବକ, ହସ୍ପିଟାଲରେ ତୁରନ୍ତ ସୋନିଆଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା। ଗୁରୁବାର ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ପରେ ତାଙ୍କର Lower respiratory tractରେ ଫଙ୍ଗଲ ଇନ୍‌ଫେକସନ୍‌ ହୋଇଥିବା ଜଣାପଡିଥିଲା। ବର୍ତ୍ତମାନ ସୋନିଆଙ୍କ ଚିକିତ୍ସା ଜାରି ରହିଛି। ଡାକ୍ତରଙ୍କ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଲଗାତର ନଜର ରଖିଛନ୍ତି।
ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଇଡି ସ୍କାନରରେ ଏବେ ସୋନିଆ ଗାନ୍ଧି ଓ ତାଙ୍କ ପୁଅ ତଥା ୟାଇନାଡର ସାଂସଦ ରାହୁଲ ଗାନ୍ଧି। ଦୀର୍ଘ ୩ ଦିନ ଧରି ଇଡି ଜେରର ସାମ୍ନା କରିଥିଲେ ରାହୁଲ ଗାନ୍ଧି। ଯାହାକୁ ନେଇ ସାରା ଦେଶରେ କଂଗ୍ରେସ ପ୍ରତିବାଦ କରୁଛି। ଏମିତି କି ଆଜି ମଧ୍ୟ ଇଡି ରାହୁଲଙ୍କୁ ହାଜର ହେବାକୁ କହିଥିଲା। କିନ୍ତୁ ସୋନିଆ ଗାନ୍ଧିଙ୍କ ଦେହ ଅସୁସ୍ଥ ରହିଛି। ତେଣୁ ସେ ତାଙ୍କ ମା’ଙ୍କ ପାଖରେ ରହିବାକୁ ଇଚ୍ଛା ପ୍ରକାଶ କରି ଇଡିକୁ ହାଜର ହେବା ପାଇଁ ସମୟ ମାଗିଥିଲେ। ଆଉ ଯାହାକୁ ଇଡି ମଧ୍ୟ ଅନୁମତି ଦେଇଛି। ଆସନ୍ତା ସୋମବାର ରାହୁଲ ପୁଣି ଥରେ ଇଡିର ପ୍ରଶ୍ନର ସାମ୍ନା କରିବେ। ସେପଟେ ସୋନିଆ ଗାନ୍ଧିଙ୍କୁ ମଧ୍ୟ ୨୩ ତାରିଖରେ ହାଜର ହେବାକୁ ଇଡି ନୋଟିସ ଜାରି କରିଛି।
ଉଲ୍ଲେଖଯୋଗ୍ୟ, ଏହି ମାମଲାରେ ତଦନ୍ତ ଚାଲିଥିବା ବେଳେ ବିଭିନ୍ନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ନ୍ୟାସନାଲ ହେରାଲ୍ଡ ମାମଲରେ ହୋଇଥିବା ଟଙ୍କା ହେରଫେର ପାଇଁ ଦଳର ପୂର୍ବତନ କୋଷାଧ୍ୟକ୍ଷ ତଥା ମୃତକ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କୁ ଦାୟୀ କରିଛନ୍ତି ରାହୁଲ ଗାନ୍ଧି। ଯାହାକୁ ଭୋରାଙ୍କ ପୁଅ ନା ପସନ୍ଦ କରିବା ସହ, ରାହୁଲ ଭାବି ଚିନ୍ତି ଉତ୍ତର ଦେବା ଉଚିତ ବୋଲି କହିଛନ୍ତି।

nis-ad
Leave A Reply

Your email address will not be published.