୪୮ ଘଣ୍ଟା ଭିତରେ ମୌସୁମୀ ଓଡିଶା ଛୁଇଁବା ସମ୍ଭାବନା

ଭୁୁବନେଶ୍ୱର: ଆଉ ୪୮ ଘଣ୍ଟା ଭିତରେ ମୌସୁମୀ ଛୁଇଁବ ଓଡିଶା । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି । ଟ୍ୱିଟ କରି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ଏବେ ନାଲଗୋଣ୍ଡା, ମଛଲିପାଟନମ ଆଦି ଅଞ୍ଚଳକୁ ମୌସୁମୀ ଛୁଇଁନି । ତେବେ ପରିସ୍ଥିତି ଅନୁକୂଳ ରହିଛି, ଓଡିଶାକୁ ୨ ଦିନ ମଧ୍ୟରେ ପ୍ରବେଶ କରିବ ମୌସୁମୀ ।

ସେହିପରି କାଲି ମଧ୍ୟ ଓଡିଶାର କେତେକ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ହୋଇଛି । ସେହିପରି ସାଧାରଣତଃ ଜୁନ୍ ୧୭ ତାରିଖ ସୁଦ୍ଧା ଓଡିଶାକୁ ମୌସୁମୀ ପ୍ରବେଶ କରିଥାଏ । ସେହି ଦୃଷ୍ଟିରୁ ଦେଖିବାକୁ ଗଲେ ମୌସୁମୀ ବିଳମ୍ବ ହୋଇନଥିବା ପାଣିପାଗ ବିଜ୍ଞାନୀ କହିଛନ୍ତି ।

ଅନ୍ୟପଟେ ମଙ୍ଗଳବାର ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହୋଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିଲା । ଏହାସହିତ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

nis-ad
Leave A Reply

Your email address will not be published.