ଗଛରୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଢେଙ୍କାନାଳ: ଆମ୍ବ ଗଛରେ ବୃଦ୍ଧଙ୍କ ମୃତଦେହ। ଏକ ଆମ୍ବଗଛରେ ଝୁଲୁଛି ଏହି ମୃତଦେହ। ଢେଙ୍କାନାଲ ସହର ସିମିଳିଆରେଥିବା ଏକ ଆମ୍ବ ବଗିଚାରେ ଝୁଲନ୍ତା ଅବସ୍ଥାରେ ଏହି ମୃତଦେହ ଦେଖି ଲୋକମାନେ ପୋଲିସକୁ ଖବର ଦେଇଥିଲେ। ଟାଉନ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି। ମୃତକଙ୍କ କୌଣସି ପରିଚୟ ମିଳିପାରିନାହିଁ।

ମୃତ ବୃଦ୍ଧ ବ୍ୟକ୍ତିଙ୍କର ପ୍ରାୟ ୬୫ରୁ ୭୦ବର୍ଷ ହେବ ଓ ସେ ପ୍ୟାଣ୍ଟ ସାର୍ଟ ପିନ୍ଧିଛନ୍ତି। ଟାଉନ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

nis-ad
Leave A Reply

Your email address will not be published.