ନୟାଗଡ଼ରେ ୬ ଡକାୟତ ଗିରଫ

ନୟାଗଡ଼: ଚୋରି, ଡକାୟତି ଏବଂ ଠକେଇ ଅଭିଯୋଗରେ ୬ ଗିରଫ । ଗତ ୨ ତାରିଖରେ ନୟାଗଡ଼ ଷ୍ଟେସନରେ ଲୁଟ୍‌ କରିବା ପାଇଁ ପ୍ରସ୍ତୁତି ଚଲାଇଥିବାବେଳେ ଟାଉନ ପୋଲିସ ଚଢାଉ କରି ୨ ଜଣଙ୍କୁ ଗିରଫ କରିଥିଲା । ତେବେ ଏ ଘଟଣାରେ ଖସିଯାଇଥିବା ଅନ୍ୟ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ଦେଶୀ ବନ୍ଧୁକ ଜବତ ହୋଇଛି । ଏମାନଙ୍କ ମଧ୍ୟରୁ ଜଣଙ୍କ ଘର ଭଞ୍ଜନଗର ହୋଇଥିବାବେଳେ ଅନ୍ୟ ୨ ଜଣ ବୁଗୁଡ଼ାର ବୋଲି ସୂଚନା ଦେଇଛି ପୋଲିସ ।

ସେହିପରି ସରକାରୀ କର୍ମଚାରୀ ପରିଚୟ ଦେଇ ବିଭିନ୍ନ ମହିଳାଙ୍କୁ ଆବାସ ଯୋଜନା କରେଇ ଦେବା କହି ଠକୁଥିବା ଜଣେ ଠକକୁ ଇଟାମାଟି ଥାନା ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଖୋର୍ଦ୍ଧା ଡାଳୁଆ ଅଞ୍ଚଳର ବୋଲି ନୟାଗଡ଼ ଏସପି କହିଛନ୍ତି । ଅଭିଯୁକ୍ତ ଠାରୁ ବିଭିନ୍ନ ସୁନା ଅଳଙ୍କାର ମଧ୍ୟ ପୋଲିସ ଜବତ କରିଥିବା ନୟାଗଡ ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.