ଲୋକକଳା ହିଁ ଓଡ଼ିଆ ଜାତୀୟ ଚରିତ୍ରର ପରିପୁଷ୍ଟି ସୋପାନ : କଳାକାର ସଂଘ…

ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ପକ୍ଷରୁ ସ୍ଥାନୀୟ ସିଟି ହାଇସ୍କୁଲ ରୋଡ ସ୍ଥିତ ମାନସ ଭବନ ପରିସରରେ ରାଜ୍ୟ ଲୋକକଳା ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି । ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ

ପୌରୋହିତ୍ୟରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ସୁନାମଧନ୍ୟ ଶିଶୁ ସାହିତ୍ୟିକ ତଥା ବରିଷ୍ଠ କଳାକାର ଶିକ୍ଷାବିତ୍ ଡଃ. ବିଜୟ ଚନ୍ଦ୍ର ମହାରଣା ମୁଖ୍ୟ ଅତିଥି ଏବଂ କଳାପ୍ରାଣ କୈଳାସ ଚନ୍ଦ୍ର ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଜାତୀୟ ଚରିତ୍ରର ମହନୀୟତା କ୍ଷେତ୍ରରେ ଆମ ଲୋକ କଳା ଓ ଲୋକ ସଂସ୍କୃତିର ଅତୀବ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ହେତୁ ଏହାର ସଂରକ୍ଷଣ, ବିକାଶ ଓ ପ୍ରଗତି ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯିବା ଉଚିିତ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସର୍ବଶ୍ରୀ ସୁଶାନ୍ତ ପଣ୍ଡା, ନୀଳାମ୍ବର ସାହୁ, ଟି. ତାରିଣୀ ରାଓ, ଲକ୍ଷ୍ମୀ ନାରାୟଣ ସାମଲ, ବନ୍ଦନା ମହାପାତ୍ର, ବନ୍ଦନା ନନ୍ଦ, ମାମିନା ମିଶ୍ର ପ୍ରମୁଖ “ଆମ ଲୋକ କଳା, ଆମ ସଂସ୍କୃତି” ଉପରେ ଆଲୋଚନା କରିଥିଲେ । ଗାୟକ ଶିରୋମଣି ଭଗବାନ ପାତ୍ର ଏବଂ ସାଥୀ ପ୍ରଦୀପ କୁମାର ସାହୁ ଲୋକନୃତ୍ୟ ଦାସକାଠିଆ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ସାହେବ ସାହୁ, ନୀଳମାଧବ ଜେନା, ଭଗବାନ ସାମଲ, ବାପିନୀ ପାତ୍ର, ମହେନ୍ଦ୍ର କୁମାର ସାହୁ, କୁନୁ ବେହେରା, ମାଗି ଦାସ, ବଳଦେବ ସାହୁ ପ୍ରମୁଖ ସହଯୋଗ କରିଥିଲେ । ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ଭାଷଣ କ୍ରମରେ ଅତିଥି ପରିଚୟ ଏବଂ ପରିଶେଷରେ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.