କିଶୋର ଓ କିଶୋରୀ (ବ୍ଲକ ଫେଡେରସନ) ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ…

ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ବ୍ଲକ କିଶୋର କିଶୋରୀ ମାନଙ୍କୁ ନେଇ ଗଠିତ ବ୍ଲକ ଫେଡରେସନ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ବ୍ଲକ ଅଞ୍ଚଳର ସାତ ଗୋଟି ପଞ୍ଚାୟତର କିଶୋର କିଶୋରୀ ମାନଙ୍କୁ ନେଇ ବ୍ଲକ ଫେଡରେସନ ହୋଇଛି । ପ୍ରତି ଗ୍ରାମ ପଞ୍ଚାୟତରୁ ଦୁଇ ଜଣ ଲେଖାଏଁ ମୋଟ ୧୪ ଜଣ କିଶୋର କିଶୋରୀ ମାନେ ଉପସ୍ଥିତ ରହି ଦାବି ପତ୍ର ବିଡ଼ିଓ ଗଦାଧର ପାତ୍ରଙ୍କୁ ଦେଇଥିଲେ। ଦାବି ଗୁଡ଼ିକ ମଧ୍ୟରେ କିରୀକୁଟି ପଞ୍ଚାୟତର ମୁଣ୍ଡାନାଜୁ ଗ୍ରାମ ଠାରେ ଅଙ୍ଗନବାଡ଼ି କେନ୍ଦ୍ର ସ୍ଥାପନ , ଡେବାକ୍ଲିୟୁ ଗ୍ରାମରୁ ମୁଣ୍ଡାନାଜୁସ୍କୁଲ କୁ ଯିବା ଆସିବା ପାଇଁ ଭଲ ରାସ୍ତା ତିଆରି କରିବା ଏବଂ ଉକ୍ତ ରାସ୍ତାରେ ଥିବା କାଠ ପୋଲକୁ ପରିବର୍ତ୍ତନ କରି ଭଲ ପୋଲ ନିର୍ମାଣ କରାଯିବା ନିମନ୍ତେ ଦାବି ପତ୍ରରେ ଉଲ୍ଲେଖ ରହିଛି। ଏହି ପୋଲ ଦେଇ କୁନି କୁନି ଅଙ୍ଗନବାଡ଼ି ପିଲା ଓ ସ୍କୁଲ ଯିବା ପିଲାଙ୍କ ପାଇଁ ଅନେକ ଅସୁବିଧା ସୃଷ୍ଟି ହେଉଛି ତାହାର ସୁବିଧା ଯୋଗାଇ ଦେବାକୁ ଏଥି ସହିତ ସିମନ୍ ବାଡ଼ି ପଞ୍ଚାୟତର ଜୁଡ଼ାବାଡ଼ି ଠାରେ ବସୁଧା ଜଳ ଯୋଗାଣ , ନୂତନ ଲେଟିନ ଓ ଛୁଆଁ ନିର୍ମାଣ କରି ପ୍ରତି ଛୁଆଁ ରେ କିଶୋରୀ ମାନଙ୍କ ସୁରକ୍ଷିତ ପାଇଁ ଗାଧୁଆ ଘର ତିଆରି କରିବା ଏବଂ ଡକରବାଡ଼ି ଗ୍ରାମରେ ରାସ୍ତା ନ ଥିବା ହେତୁ ସ୍କୁଲ ପିଲାମାନେ ସ୍କୁଲ ଯାଇପାରୁନାହାନ୍ତି ତେଣୁ ଡକରବାଡ଼ି ଠାରେ ରାସ୍ତା ନିର୍ମାଣ କରିବା ପାଇଁ ବ୍ଲକ ଫେଡରେସନ ପକ୍ଷରୁ ଦାବି ହେଇଛି। ଦନେକ ବାଡ଼ି ଗ୍ରାମ ପଞ୍ଚାୟତ ଜିଜାମାହା ଗ୍ରାମରେ ପାନୀୟ ଜଳର ଘୋର ଅସୁବିଧା ତାକୁ ସୁବିଧା ଯୋଗାଇ ଦେବା ଏବଂ ଉକ୍ତ ପଞ୍ଚାୟତର କିଶୋର କିଶୋରୀ ମାନଙ୍କ ପାଇଁ ଖେଳ ପଡ଼ିଆର ମଧ୍ୟ ଆବଶ୍ୟକ ଥିବା ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି। ବିଡ଼ିଓ ସମସ୍ତ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିବା ଜଣାପଡିଛି। ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରେମ ର କର୍ମଚାରୀ ସଞ୍ଜୟ କୁମାର ଦିଗାଳ ଏଥିରେ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.