ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରାପଡିଲେ ପୋଷ୍ଟାଲ ଇନ୍ସପେକ୍ଟର

ସୁନ୍ଦରଗଡ଼: ସୁନ୍ଦରଗଡ ମୁଖ୍ୟ ଡାକଘରର ଇନ୍ସପେକ୍ଟର ଉଜ୍ଜ୍ବଳ କୁମାର ଲାଞ୍ଚ ନେଇ ସୋମବାର ସିବିଆଇ ହାତରେ ଧରାପଡିଛନ୍ତି। ଗ୍ରାମୀଣ ଡାକ ସେବକ ବିକାଶ କିସ୍‌ପଟ୍ଟାଙ୍କ ବକେୟା ଦରମା ବିଲ୍‌ କରିବା ପାଇଁ ଇନ୍ସପେକ୍ଟର ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏ ସମ୍ପର୍କରେ ବିକାଶ ଭୁବନେଶ୍ବର ସିବିଆଇ ଟିମ୍‌କୁ ଜଣାଇଥିଲେ।

ଯୋଜନା ମୁତାବକ ସିବିଆଇ ଟିମ୍‌ ସେଠାରେ ପୂର୍ବରୁ ଜଗି ରହିଥିଲେ। ସୋମବାର ଇନ୍ସପେକ୍ଟର ବିକାଶଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରାପଡିଥିଲେ।

nis-ad
Leave A Reply

Your email address will not be published.