ଚଣ୍ଡୀଗଡ଼: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କର ଲୋକସଭା ଆସନ ସଙ୍ଗରୁର ଉପ-ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ପ୍ରସ୍ତୁତି ଚଳାଇଛି। ଏହି ନିର୍ବାଚନ ପାଇଁ ଆପ ମୋଟ 6 ଜଣ ମନ୍ତ୍ରୀଙ୍କୁ ନିୟୋଜିତ କରିଛନ୍ତି। ଗୋଟିଏ ପଟେ ବିଜେପି ପ୍ରାର୍ଥୀ କେୱାଲ ସିଂ ଧିଲନ୍ ଆକ୍ରମଣାତ୍ମକ ପ୍ରଚାର କରୁଥିବାବେଳେ ଅକାଳୀ ନେତା କମଲଦୀପ କୌର ମଧ୍ୟ ପ୍ରଚାର ଆରମ୍ଭ କରିଛନ୍ତି। ଏଭଳି ପରିସ୍ଥିତିରେ ଆମ୍ ଆଦମୀ ପାର୍ଟି ମଧ୍ୟ ସକ୍ରିୟ ହୋଇଯାଇଛି ।
କାରଣ ଏହି ଉପନିର୍ବାଚନରେ ନ ଜିତିଲେ ଆପକୁ ଏକ ବଡ ଝଟକା ଲାଗିବ | ଆପ ପକ୍ଷରୁ ମନ୍ତ୍ରୀ କୁଲଦୀପ ସିଂ, ବ୍ରାହ୍ମଶଙ୍କର ଜିମ୍ପା, ବଲଜିତ କୌର, ହରଭଜନ ସିଂ, ଗୁରୁମିତ ସିଂ ଏବଂ ଲଲଜିତ ସିଂଙ୍କୁ ଦାୟିତ୍ୱ ଦିଆଯାଇଛି | ଏହି ମନ୍ତ୍ରୀମାନଙ୍କୁ ସଙ୍ଗରୁର ଲୋକସଭା ଆସନ ଅଧୀନରେ ଥିବା ଛଅଟି ବିଧାନସଭା ନିର୍ବାଚନମଣ୍ଡଳୀ ଉପରେ ଧ୍ୟାନ ଦେବାକୁ କୁହାଯାଇଛି | ବର୍ତ୍ତମାନ ଏହି ମନ୍ତ୍ରୀମାନେ ସାଧାରଣ ସଭା କରୁଛନ୍ତି ଏବଂ ଆମ୍ ଆଦମୀ ପାର୍ଟିର ସଫଳତା ବାବଦରେ ଲୋକଙ୍କୁ କହୁଛନ୍ତି । କାରଣ କଂଗ୍ରେସ ନେତା ତଥା ପଞ୍ଜାବୀ ଗାୟକ ସିଦଧୁ ମୁସେୱାଲାଙ୍କ ସୁରକ୍ଷା ପ୍ରତ୍ୟାହାର କରାଯିବା ପରଦିନ ତାଙ୍କୁ ହତ୍ୟା କରାଯାଇଥିଲା |
ଆଉ ଏହି ଘଟଣାକୁ ନେଇ ମାନ ସରକାର ଉପରେ ପଞ୍ଜାଵବାସୀ ତଥା ମୁସେୱାଲାଙ୍କ ପ୍ରଶଂସକଙ୍କର ଆକ୍ରୋଶ ରହିଛି | ତେଣୁ ଲୋକସଭା ଉପନିର୍ବାଚନରେ ଯେଭଳି ଏହାର କୌଣସି ପ୍ରଭାବ ନ ପଡିବ ସେଥିପାଇଁ ଆପ ଚିନ୍ତିତ ରହିଛି |
ସୂଚନା ଥାଉ କି ଗତ ସାଧାରଣ ଲୋକସଭା ନିର୍ବାଚନରେ ଭଗବନ୍ତ ମାନ ଏକ ଲକ୍ଷ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ତେବେ ଚଳିତ ବର୍ଷ ମାର୍ଚ୍ଚରେ ଆମ୍ ଆଦମୀ ପାର୍ଟି ବିଧାନସଭା ନିର୍ବାଚନରେ ଜିତିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା ଏବଂ ଏଥିପାଇଁ ସେ ଲୋକସଭା ସଦସ୍ୟତାରୁ ଇସ୍ତଫା ଦେଇଥିଲେ |
Sign in
Sign in
Recover your password.
A password will be e-mailed to you.