ପୀଟଣାପଲ୍ଲୀରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣକୁ ବିରୋଧ ଅଭିଯୋଗ

ଖଲ୍ଲିକୋଟ (୧୩/୬) : ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ତୁଳସୀପୁର ପଂଚାୟତ ର ପୀଟଣାପଲ୍ଲୀ ଗ୍ରାମର ଏକ ଅଙ୍ଗନବାଡି କେନ୍ଦ୍ର ମନେରଗା ଯୋଜନା ମାଧ୍ୟମ ରେ ସରପଂଚ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଉକ୍ତ ଗ୍ରାମର କିଛି ମୁଷ୍ଟିମେୟ ଲୋକ ରାଜନୈତିକ କାରଣରୁ ବିରୋଧ କରିଥିବା ଅଭିଯୋଗ ହୋଇଛି l ମିଳିଥିବା ସୂଚନା ଅନୁଯାୟୀ ପୀଟଣାପଲ୍ଲୀ ଗ୍ରାମ ର ୧ ନମ୍ବର ଅଙ୍ଗନ ବାଡ଼ି କେନ୍ଦ୍ର ର ନିଜସ୍ୱ ଗୃହ ନଥିବା ରୁ ପିଲାମାନେ ଏକ ବାରଣ୍ଡା ରେ ବସି ପାଠ ପଢିବା ସହ ଖାଦ୍ୟ ଯୋଗାଣ ଓ ଆନୁସଙ୍ଗିକ କାର୍ଯ୍ୟ ଘୋର ଅସୁବିଧା ମଧ୍ୟରେ ସମ୍ପାଦିତ ହୋଇ ଆସୁଥିଲା l ଏହି ଅସୁବିଧା ନେଇ ବିଭିନ୍ନ ସାମାଜିକ ଗଣ – ମାଧ୍ୟମ ରେ ଭାଇର|ଲ ହେବା ପରେ ଉକ୍ତ ପଂଚାୟତ ର ସରପଂଚ ଯୁଦ୍ଧକାଳୀନ ଭିତିରେ ଉକ୍ତ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରି ନାମ ଫଳକ କାର୍ଯ୍ୟ ଆରମ୍ଭ କରୁଥିବା ବେଳେ କିଛି ଲୋକଙ୍କ. ବିରୋଧାଭାସ ଯୋଗୁ କାମ କୁ ବନ୍ଦ ରଖିବା ପାଇଁ ହୋଇଥିବା ସରପଂଚ ପ୍ରକାଶ କରିଛନ୍ତି l ଏପରିକି ଉକ୍ତ ନିର୍ମାଣ କାମ କୁ ବନ୍ଦ କରାଯାଉଥିବା କାରଣରୁ ଗ୍ରାମ ର ଜବ କାର୍ଡ ଧରି ଶ୍ରମିକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି l ପ୍ରକାଶ ଥାଉକି ଉକ୍ତ ଗ୍ରାମ ରେ ପ୍ରାୟ ୪୦୦ ଜଣ ଜବ କାର୍ଡ ଶ୍ରମିକ ଅଛନ୍ତି l ଏ ନେଇ ସରପଂଚ ବ୍ଲକ ପ୍ରଶାସନ ର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି l

nis-ad
Leave A Reply

Your email address will not be published.