ଅଟୋ ଦୁର୍ଘଟଣାଗ୍ରସ୍ତ, ୨ ଗୁରୁତର

ଫୁଲବାଣୀ(୧୧/୬) : କନ୍ଧମାଳ ଜିଲ୍ଲା ଫୁଲବାଣୀ ନିକଟସ୍ଥ ରୁଜାଙ୍ଗୀଠାରେ ଏକ ଅଟୋ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇପଡିବା ଫଳରେ ଡ୍ରାଇଭର ସମେତ ଜଣେ ଯାତ୍ରୀ ଆହାତ ହୋଇଛନ୍ତି l ସ୍ଥାନୀୟ ଲୋକେ ଆହତ ୨ ଜଣଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ଆହତ ଦୁଇ ଜଣ ସ୍ଥାନୀୟ ଅରବିନ୍ଦନଗର ଅଂଚଳର ବୋଲି ଜଣାପଡିଛି l ଦୁର୍ଘଟଣା ଖବର ପାଇ ମଧ୍ୟ ପୋଲିସ ଓ ଆମ୍ବୁଲାନ୍ସ ପହଂଚିବାରେ ବିଳମ୍ବ ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା l

nis-ad
Leave A Reply

Your email address will not be published.