ତେଲ ଟ୍ୟାଙ୍କ ର ବିସ୍ଫୋରଣ, ୪ ମୃତ

ନୟାଗଡ଼: ଇଟାମାଟି ଥାନା ଅନ୍ତର୍ଗତ ବଡ଼ପଣ୍ଡୁସର ବ୍ରିଜରୁ ଶୁକ୍ରବାର ବିଳମ୍ବିତ ରାତ୍ରରେ ଏକ ତୈଳବାହୀ ଟ୍ୟାଙ୍କର୍ ନଦୀକୁ ଖସି ପଡ଼ିବା ପରେ ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ଘଟି ୪ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସ୍ଥାନୀୟ ଲୋକଙ୍କଠାରୁ ସଂଗୃହୀତ ସୂଚନା ଅନୁସାରେ, ପେଟ୍ରୋଲ୍ ନେଇ ଉକ୍ତ ଟ୍ୟାଙ୍କର୍ ଟ୍ରକ୍ଟି କଟକରୁ ସମ୍ବଲପୁର ଅଭିମୁଖେ ଯାଉଥିଲା ।

କୌସଣସି କାରଣରୁ ଟ୍ୟାଙ୍କର୍ ଟ୍ରକ୍ଟି ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ଯାଇ ପୋଲ ଉପରୁ ଖସି ତଳେ ପ୍ରବାହିତ କୁସୁମୀ ନଦୀରେ ପଡ଼ିଯିବା ପରେ ବିସ୍ଫୋରଣ ହୋଇଥିଲା । ଟ୍ୟାଙ୍କରଟିରେ ନିଆଁ ଲାଗିଯିବା ହେତୁ ଟ୍ୟାଙ୍କର୍ ଡ୍ରାଇଭର, ହେଲ୍ପର ଏବଂ ଆଉ ୨ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଖବର ପାଇବା ପରେ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବଗୁଡ଼ିକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ପରିଚୟ ମିଳିଥିବା ମୃତ ବ୍ୟକ୍ତିମାନଙ୍କ ମଧ୍ୟରୁ ୨ଜଣ ହେଲେ ଟ୍ୟାଙ୍କର୍ ଚାଳକ ତଥା ସାନପଣ୍ଡୁସରବାସୀ ସମୀର ନାୟକ ଏବଂ ତାଙ୍କ ଗାଁର ପଙ୍କଜ ନାୟକ। ଆଉ ୨ଜଣ ମୃତବ୍ୟକ୍ତିଙ୍କ ପରିଚୟ ସଂକ୍ରାନ୍ତରେ ଅନୁସନ୍ଧାନ ଚାଲିଛି।

nis-ad
Leave A Reply

Your email address will not be published.