ବାରବାଟୀରେ ମ୍ୟାଚ ଦେଖିବାକୁ ଆସିବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି

କଟକ: ରବିବାର କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଟି-୨୦। ଏଥିପାଇଁ ଆଜି ଦୁଇ ଦେଶର ଖେଳାଳି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ମ୍ୟାଚ ପାଇଁ ମଧ୍ୟ ସବୁ ପ୍ରସ୍ତୁତି ସରିଛି। ନୂଆ ଆଉଟ ଫିଲ୍ଡ ସାଙ୍ଗକୁ ନୂଆ ଏଲଇଡି ଫ୍ଲଡ ଲାଇଟରେ ଖେଳାଯିବ ଏହି ମ୍ୟାଚ୍‌। ଏହି ନୂଆ ଅଭିଜ୍ଞତାକୁ ଉପଭୋଗ କରିବାକୁ ବାରବାଟୀକୁ ଆସିବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି।

ରବିବାର ସକାଳେ ସେ ଓଡ଼ିଶାରେ ପହଞ୍ଚିବେ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ଗାଙ୍ଗୁଲି ଭୁବନେଶ୍ୱରରେ ରହିବେ। ମ୍ୟାଚ୍‌ ବେଳେ ଅନ୍ୟ ଭିଭିଆଇପିଙ୍କ ସହ ଷ୍ଟାଡିୟମରେ ବସି ମ୍ୟାଚ ଦେଖିବେ।

୨୦୧୯ ମସିହା ଡିସେମମ୍ବର ୨୨ରେ ବାରବାଟୀରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯାଇଥିଲା। ଭାରତ ଓ ଓ୍ବେଷ୍ଟଇଣ୍ଡିଜ ଏହି ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ। ଭାରତ ମ୍ୟାଚ ସହ ସିରିଜ ଜିତିଥିଲା। ପ୍ରାୟ ୨ ବର୍ଷ ପରେ ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ଫ୍ୟାନଙ୍କ ମଧ୍ୟରେ ବେଶ୍‌ କ୍ରେଜ ଦେଖିବାକୁ ମିଳିଛି। ସେହିପରି ଗାଙ୍ଗୁଲିଙ୍କ ଠାରୁ ଆରମ୍ଭ କରି ଅନେକ ପୂର୍ବତନ ଖେଳାଳି ଓ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ମ୍ୟାଚ୍‌ ଦେଖିବାକୁ ବାରବାଟୀ ଆସିବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ବିପକ୍ଷ ୫ ଟିକିଆ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ ହାରି ଯାଇଛି। ତେଣୁ ବାରାବଟୀରେ ପନ୍ତ ବାହିନୀ କମବ୍ୟାକ୍‌ କରିବାକୁ ଲକ୍ଷ୍ୟ ରଖିଛି। ତେଣୁ ରବିବାର ଜବରଦସ୍ତ ଲଢ଼େଇ ହେବ ବୋଲି ସମସ୍ତେ ଆଶା କରିଛନ୍ତି।

nis-ad
Leave A Reply

Your email address will not be published.