ମ୍ୟାଚ୍‌ ପୂର୍ବରୁ ବାରବାଟୀରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜିପି

କଟକ: ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ପୂର୍ବରୁ କଟକ ବାରବାଟୀ ଷ୍ଟାଡିୟମ୍‌ରେ ପହଞ୍ଚିଲେ ପୋଲିସ ଡିଜି। ଷ୍ଟାଡିୟମ୍‌ରେ ପହଞ୍ଚି ପୋଲିସ ଡିଜି ସୁନୀଲ ବଂସଲ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ପୋଲିସ ମୁଖ୍ୟାଳୟ ପକ୍ଷରୁ ଅତିରିକ୍ତ ଆବଶ୍ୟକ ପୋଲିସ ଫୋର୍ସ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଡିଜି। ଏ ଅବସରରେ ପୋଲିସ କମିଶନର, କଟକ ଡିସିପି, କଟକ ଜିଲ୍ଲାପାଳ, ସିଏମସି କମିଶନର ଉପସ୍ଥିତ ଥିଲେ।

ପୋଲିସ ଡିଜି ନିଜ ପ୍ରତିକ୍ରିୟାରେ କହିଛନ୍ତି, ସୁରକ୍ଷାର କଡା ବନ୍ଦୋବସ୍ତ କରାଯାଇଛି। ପୂର୍ବରୁ ମକଡ୍ରିଲ ସରିଛି। ମ୍ୟାଚ ପାଇଁ ଏକ ମାସ ପୂର୍ବରୁ ସମନ୍ୱୟ ବୈଠକ କରିଥିଲୁ।ଦରକାର ହେଲେ ପୋଲିସ ମୁଖ୍ୟାଳୟ ପକ୍ଷରୁ ଅତିରିକ୍ତ ଆବଶ୍ୟକୀୟ ପୋଲିସ ଫୋର୍ସ ଯୋଗାଇ ଦିଆଯିବ। ଦର୍ଶକ ଶାନ୍ତି ଶୃଙ୍ଖଳା ର ସହ ଆସି ମ୍ୟାଚ ଦେଖି ଫେରନ୍ତୁ। ଦର୍ଶକ ମାନଙ୍କର ମଧ୍ୟ ସହଯୋଗର ଆବଶ୍ୟକତା ରହିଛି ବୋଲି କହିଛନ୍ତି ପୋଲିସ ଡିଜିପି ସୁନୀଲ ବଂସଲ।

nis-ad
Leave A Reply

Your email address will not be published.