ପ୍ଲେ ଷ୍ଟୋରରେ ଉପଲବ୍ଧ ବେଆଇନ୍ ଲୋନ୍ ଆପ ହଟାଇବାକୁ ଗୁଗୁଲକୁ EOWର ଚିଠି

ଭୁବନେଶ୍ୱର : ପ୍ଲେ ଷ୍ଟୋରରେ ଥିବା ବିଭିନ୍ନ ବେଆଇନ୍ ଲୋନ୍ ଆପକୁ ନେଇ ଇଓଡବ୍ଲୁ ଖୋଳତାଡ଼ ଆରମ୍ଭ କରିଛି । ଏନେଇ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ପକ୍ଷରୁ ଗୁଗୁଲକୁ ଚିଠି ଲେଖାଯାଇଛି । ଯେଉଁଥିରେ କୋକୋ ଲୋନ୍, ଜୋଜୋ ଲୋନ୍ ଭଳି ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ୪୫ଟି ବେଆଇନ୍ ଲୋନ୍ ଆପ୍ ବିଷୟରେ ତଥ୍ୟ ମାଗିଛି ଇଓଡବ୍ଲୁ ।

ଏସବୁ ବେଆଇନ୍ ଲୋନ୍ ଆପ୍ ପ୍ଲେ ଷ୍ଟୋରରେ ଉପଲବ୍ଧ ଥିବାବେଳେ ଲୋକଙ୍କୁ ଋଣ ନେଇ ଆକର୍ଷଣୀୟ ଅଫର୍ ଦେଇ ଠକିଥିବା ଅଭିଯୋଗ ହେଉଛି ।

ଏପରିକି ଏସବୁ ଆପ୍ ବେଆଇନ୍ ଭାବେ ସ୍ୱଳ୍ପମିଆଦୀ ଋଣ ପ୍ରଦାନ କରି ମୋଟା ଅଙ୍କର ସୁଧ ଆଦାୟ କରୁଛନ୍ତି । ଏସବୁ ଆପକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ଅନୁମତି ଦେଇନାହାନ୍ତି । କିନ୍ତୁ ପ୍ଲେ ଷ୍ଟୋରରେ ଉପଲବ୍ଧ ଏସବୁ ଅଣପଞ୍ଜିକୃତ ଆପ୍ ଲୋକଙ୍କୁ ଲୋନ୍ ନାଁରେ ଲୁଟି ଚାଲିଛନ୍ତି । ଲୋକଙ୍କୁ ହଇରାଣ ହରକତ କରି ଟଙ୍କା ଲୁଟିବା ସହ ଖରାପ ଭାଷାରେ ଗାଳି ଗୁଳଜ କରିବାକୁ ପଛାଉ ନାହାନ୍ତି ।

କେବଳ ଓଡ଼ିଶା କାହିଁକି ଦେଶର ବିଭିନ୍ନ ରାଜ୍ୟରେ ଏସବୁ ଆପ୍ ବିରୋଧରେ ଅନେକ ଅଭିଯୋଗ ଆସିଥିବା ବେଳେ ତଦନ୍ତ ଚାଲିଛି । ଆଉ ଏଭଳି ଆପର ଦୌରାତ୍ମ୍ୟ ସହି ନପାରି ଅନେକ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି । ଏହି ଲୋନ୍ ଆପ୍ ଗୁଡ଼ିକ ଖାଲି ଆଇନ୍ ଉଲ୍ଲଂଘନ କରୁଛନ୍ତି ତା ନୁହେଁ ଆରବିଆଇ ଗାଇଡଲାଇନକୁ ନମାନି ଗୁଗୁଲ ନିୟମର ମଧ୍ୟ ଉଲ୍ଲଂଘନ କରିଛନ୍ତି ।

ଏସବୁ ଆପକୁ ତୁରନ୍ତ ପ୍ଲେ ଷ୍ଟୋରରୁ ହଟାଇବାକୁ ଗୁଗୁଲକୁ ଚିଠି ଲେଖିଛି ଇଓଡବ୍ଲୁ । ଆଉ ଗୁଗୁଲ ପ୍ଲେ ଷ୍ଟୋରରେ ନୂଆ ଆପକୁ ଅନୁମତି ଦେବା ବେଳେ ଡେଭଲପର, କ୍ରିଏଟର, ଅପରେଟର ନାଁ ସହ ସମ୍ପୂର୍ଣ୍ଣ ଠିକଣା, ଫୋନ୍ ନମ୍ବର ଏବଂ ଆରବିଆଇ ଅନୁମତିପତ୍ର ଅପଲୋଡ୍ କରିବାକୁ କହିଛି ଇଓଡବ୍ଲୁ ।

nis-ad
Leave A Reply

Your email address will not be published.