ଭଦ୍ରକ: ବ୍ୟାଙ୍କ ସମ୍ମୁଖରୁ ୧୨ଲକ୍ଷ ଟଙ୍କା ଲୁଟ । ବ୍ୟାଙ୍କରୁ ଟଙ୍କା ଉଠାଇ ଆସୁଥିବା ବେଳେ ଲୁଟିନେଲେ ଲୁଟେରା । ଭଦ୍ରକ ସହରର ଟାଉନ ଥାନା ଅଧିନ ଅପର୍ତ୍ତିବିନ୍ଧା ଛକ ନିକଟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ନିକଟରୁ ଲୁଟ ହୋଇଛି । ବାଇକରେ ୨ଲୁଟେରା ଆସି ୧୨ଲକ୍ଷ ଟଙ୍କା ଭର୍ତି ବ୍ୟାଗ ଝାମ୍ପି ନେଇଛନ୍ତି । ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଆଗରପଡା ଅଞ୍ଚଳର ଶିକ୍ଷକ ଅଶୋକ କୁମାର ଖିଲାର ଜମି କିଣିବା ନିମନ୍ତେ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇଥିଲେ ।
ଟଙ୍କା ଉଠାଇ ଠିଆ ହୋଇଥିବା ବେଳେ ବାଇକରେ ୨ ଲୁଟେରା ଆସି ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେଇ ପଳାଇଥିଲେ । ତେବେ ସ୍ଥାନୀୟ ଲୋକେ ପିଛା କରିବା ସତ୍ତ୍ୱେ ଲୁଟେରା ଖସି ଯାଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।