ଶୀତଳ ଭଣ୍ଡାରର ଉପଯୁକ୍ତ ବ୍ୟବହାର ଦ୍ଵାରା ଚାଷୀଙ୍କ ସର୍ବାଙ୍ଗୀନ ଉନ୍ନତି ସମ୍ଭବ : ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ…

ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ନିୟୁଜ


ସେବକ ଠାରେ ଶୀତଳ ଭଣ୍ଡାର ପରିଚାଳନା ଉପରେ ଆନ୍ତର୍ଜାତୀୟ କର୍ମଶାଳା
ସୁନ୍ଦରଗଡ଼ : ସୁନ୍ଦରଗଡର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସେବକର ଆଞ୍ଚଳିକ ସାଧନ କେନ୍ଦ୍ରଠାରେ ଶୀତଳ ଭଣ୍ଡାର ପରିଚାଳନା ଉପରେ ଏକ ଦିବସୀୟ କର୍ମଶାଳା ସେବକ, କୋଏଲ ଫ୍ରେସ, ପ୍ରୋଗ୍ରେସିଭ କନସୋରଟିଅମ, ବେସ-ସ୍ଵିଜରଲାଣ୍ଡ ଓ ଇମପା- ସ୍ଵିଜରଲାଣ୍ଡର ମିଳିତ ଉଦ୍ୟମରେ ଆୟୋଜନ କରାଯାଇଥିଲା। ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ବର୍ତ୍ତମାନର ସମୟରେ ଶୀତଳ ଭଣ୍ଡାରର ଉପାଦେୟତା ଉପରେ ଆଲୋକପାତ କରିଥିଲେ ତଥା ଚାଷୀର ଉତ୍ପାଦିତ ଫସଲର ଉପଯୁକ୍ତ ମୂଲ୍ୟ ପାଇବା ସହିତ ସେମାନଙ୍କ ଚିରସ୍ଥାୟୀ ବିକାଶରେ ଶୀତଳ ଭଣ୍ଡାରର ଭୂମିକା ଗୁରୁତ୍ୱପୂର୍ଣ୍ଣ ତଥା ଶୀତଳ ଭଣ୍ଡାରର ଉପଯୁକ୍ତ ବ୍ୟବହାର ଦ୍ଵାରା ଚାଷୀର ସର୍ବାଙ୍ଗୀନ ଉନ୍ନତି ହୋଇ ପାରିବ ବୋଲି ମତାପ୍ରଦାନ କରିଥିଲେ। ସୌରଶକ୍ତି ଚାଳିତ ଶୀତଳ ଭଣ୍ଡାରକୁ ଗ୍ରାମାଞ୍ଚଳର ଚାଷୀ କିପରି ବ୍ୟବହାର କରି ଉପକୃତ ହେବେ ତଥା ଉତ୍ପାଦିତ ଦ୍ରବ୍ଯର ବଜାର ବ୍ୟବସ୍ଥା ତଥା ମୂଲ୍ୟ ବୃଦ୍ଧି ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ସୁଦୂର ସ୍ଵିଜରଲାଣ୍ଡ ସ୍ଥିତ ବେସ ଓ ଇମପା ସଂଗଠନର ଥୋମାସ ମୋଟମାନ୍ସ,, ରୋବେଟା ଇଭାନଜେଲିଷ୍ଟା ଓ ଜାଙ୍କୁରନ ଗାଜାର୍ଦୋ ଉପସ୍ଥିତ କୃଷକ ସଂଗଠନର ସଦସ୍ୟ ମାନଙ୍କୁ ଶୀତଳ ଭଣ୍ଡାରର ପରିଚାଳନା ଉପରେ ତାଲିମ ପ୍ରଦାନ କରିଥିଲେ। ଏକ ମୋବାଇଲ ଆପ ଜରିଆରେ ଶୀତଳ ଭଣ୍ଡାରର କେମିତି ପରିଚାଳନା ହୋଇପାରିବ ସେ ଉପରେ ସୁଶ୍ରୀ ସିମରନ ସିଂ ଆଲୋଚନା କରିଥିଲେ। ଏଗ୍ରୀ ଭେଲ୍ଯୁଚେନ ଓ ମାର୍କେଟିଂ ଏକ୍ସପର୍ଟ ପ୍ରିୟଦର୍ଶୀ ସାମଲ ଚାଷୀଙ୍କ ଉତ୍ପାଦିତ ଫସଲର ବଜାର ବ୍ୟବସ୍ଥା ଓ ମୂଲ୍ୟବୃଦ୍ଧି ଉପରେ ଉପସ୍ଥାପନା କରିଥିଲେ। କୋଏଲ ଫ୍ରେସର ଆଶୁତୋଷ ନାଏକ ଓ ଆଦିତ୍ୟ ଏହି କାର୍ଯ୍ୟକ୍ରମର ସଞ୍ଚାଳନା କରିଥିଲେ। ଏହି ଅବସରରେ ସେବକ, କୋଏଲ ଫ୍ରେସ, ପ୍ରୋଗ୍ରେସିଭ କନସୋରଟିଅମ ଓ ପ୍ରଣାମ ପ୍ରକଳ୍ପ ତରଫରୁ ମିଳିତ ଭାବରେ ଶୀତଳ ଶକ୍ତି ପ୍ରକଳ୍ପର ଶୁଭାରମ୍ଭ କରିବାର ଘୋଷଣା କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ନାବାର୍ଡ ଡି.ଡି.ଏମ. ତାପସ କୁମାର ବେହେରା, ସୁନ୍ଦରଗଡ, ଜିଲ୍ଲା ଖଣିଜ ପାଣ୍ଠିର ଜୀବନ ଜୀବିକା ବିଶେଷଜ୍ଞ ଅଞ୍ଜନ କୁମାର ପଣ୍ଡା, ପି.ଏସ. ଏଫ.ପି.ଓ. ଭୁବନେଶ୍ବରର ତାରିଣୀ ପ୍ରସାଦ ମିଶ୍ର ଶୀତଳ ଭଣ୍ଡାରର ଉପାଦେୟତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।


ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ, ଝାରସୁଗୁଡା, ସୋନପୁର, କୋରାପୁଟ ଏବଂ ବୌଦ୍ଧ ଜିଲ୍ଲାର କୃଷକ ସଂଗଠନ ତଥା ଏଗ୍ରୀ ସାର୍ଭିସ ପ୍ରୋଭାଇଡ଼ର ସଂସ୍ଥାର କର୍ମକର୍ତ୍ତା ମାନେ ଅଂଶଗ୍ରହଣ କରିଥିଲେ। ଏହାଛଡା ଓଡିଶା ଓ ଛତିଶଗଡର ୧୦ ଜଣ ଅଗ୍ରଣୀ ଚାଷୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସେବକର ଅଧ୍ୟକ୍ଷ ଅମିୟ କାନ୍ତ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.