ଗୁରୁତର ଅବସ୍ଥାରେ ପାହାଡ଼ରୁ ନାବାଳିକା ଉଦ୍ଧାର

ହିଂଜିଳିକାଟୁ (୭ା୬) : ହିଂଜିଳି ଥାନା ଅଂଚଳର ଏକ ଗାଁରେ ସୋମବାର ରାତିରେ ଶୀତଳଷଷ୍ଠୀ ନିମନ୍ତେ ରାମାୟଣ ନାଟକ ଚାଲିଥିଲା । ଗାଁ ର ଶେଷମୁଣ୍ଡରେ ଚାଲିଥିବା ଏହି ନାଟକ ନିକଟରେ ଥିବା ଏକ ପାହାଡ଼ରୁ ରାତିରେ ଗୁରୁତର ଓ ଅଚେତ ଅବସ୍ଥାରେ ଜଣେ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା । ତାଙ୍କୁ ତୁରନ୍ତ ହିଂଜିଳିକାଟୁ ଡ଼ାକ୍ତରଖାନା ଚିକିତ୍ସା ନିମନ୍ତେ ଅଣାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ନାବାଳିକାଙ୍କୁ ଅଚେତ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନା ଅଧିକ ଚିକିତ୍ସା ପାଇଁ ପଠାଯାଇଥଲା । ଘଟଣାଟି ପ୍ରଘଟ ହେବା ପରେ ଏହାକୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଛି । ଘଟଣାର ଅତି ସ୍ପର୍ଶକାତର ଥିବାରୁ ମିଡ଼ିଆ ନିକଟରେ ଏହି ଘଟଣାର ସତ୍ୟାସତ୍ୟ ନେଇ ପୋଲିସ ପକ୍ଷରୁ କୌଣସି ସୁଚନା ପ୍ରଦାନ କରାଯାଇନାହିଁ । ବ୍ରହ୍ମପୁର ଠାରେ ନାବାଳିକାଭ୍‌କ ଚିକିତ୍ସା ବେଳେ ମଧ୍ୟ ମିଡ଼ିଆ ଠାରୁ ଘଟଣାକୁ ଦୂରେଇ ରଖିବା ନିମନ୍ତେ ବିଭିନ୍ନ ସ୍ତରରେ ଚେଷ୍ଟା କରାଯାଇଛି । ଘଟଣା ପ୍ରଘଟ ନ କରିବାକୁ ବିଭିନ୍ନ ସ୍ତରରେ ୁଦ୍ୟମ ଚାଲିଥିବା ଓ ଏହାକୁ ନେଇ ବିଭିନ୍ନ ଚର୍ଚ୍ଚା ଶୁଣିବାକୁ ମିଳୁଛି । ଘଟଣା ନେଇ ଉକ୍ତ ଗ୍ରାମରେ ଉତେଜନା ପ୍ରକାଶ ପରେ ମଙ୍ଗଳବାର ସଂଧ୍ୟାରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଓ ଅନ୍ୟ ପୋଲିସ କର୍ମଚାରୀ ଗାଁ ରେ ପହଂଚି ଗୁରୁତର ଆହତ ନାବାଳିକାଙ୍କ ପରିବାର ସହ ଆଲୋଚନା କରିଥିଲେ । ଉକ୍ତ ଗ୍ରାମର ଜଣକୁ ପୋଲିସ ଥାନାରେ ଅଟକ ରଖି ଘଟଣା ନେଇ ପଚରାଉଚୁରା କରୁଥିବା ଶୁଣିବାକୁ ମିଳୁଛି । ଖବର ଲେଖା ସୁଦ୍ଧା ଏଥି ନେଇ ମଙ୍ଗଳବାର ରାତିରେ ନାବାଳିକାଙ୍କ ମାଆଙ୍କ ଅଭିଯୋଗ କ୍ରମେ ହିଂଜିଳି ଥାନାରେ ୨୮୬।୨୨ ରେ ଏକ ମାମଲା ରୁଜୁ ହୋଇଥିବା ଆସିକା ଏସଡ଼ିପିଓ ଉମା ଶଙ୍କର ସିଂ କହିଛନ୍ତି । ଘଟଣାର ତଦନ୍ତ ଚାଲିଥିବା ସିଂ କହିଛନ୍ତି ।

nis-ad
Leave A Reply

Your email address will not be published.