ଯାଜପୁର ନେଉଳପୁର ନିକଟରେ ଅଜଣା ଗାଡି ଧକ୍କାରେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ

ଯାଜପୁର: ୧୬ନଂ ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା। ଏହି ଜାତୀୟ ରାଜପଥ ଆଜି ନେଇଛି ଆଉ ଏକ ଜୀବନ। ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ନେଉଳପୁର ଛକ ନିକଟରେ ଘଟିଛି ଦୁର୍ଘଟଣା। ଅଜଣା ଗାଡି ଧକ୍କାରେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ। ସୂଚନା ମୁତାବକ, ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ଦୁର୍ଗା ପ୍ରସଦ ରଥ (୨୭) ଜାରକା ବିଦ୍ୟୁତ ଉପଖଣ୍ଡ ଅଧୀନରେ କାର୍ଯ୍ୟ କରିଥାନ୍ତି।

ଆଜି ସେ ନିଜ ବାଇକ ଯୋଗେ ଭୁବନେଶ୍ବରରୁ ଜାରକା ଅଭିମୁଖେ ଆସୁଥିବା ସମୟରେ ନେଉଳପୁର ଛକ ନିକଟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଚଣ୍ଡୀଖୋଲରୁ କୁଆଖିଆ ପର୍ଯ୍ୟନ୍ତ ଏହି ଜାତୀୟ ରାଜପଥ ଏବେ ମରଣଯନ୍ତା ପଲଟିଛି। ଏକ ସପ୍ତାହ ମଧ୍ୟରେ ଏହି ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟି ୬ଟି ମୂଲ୍ୟବାନ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଯୋଗୁ ଏଭଳି ଦୁର୍ଘଟଣା ଘଟୁଥିବା ବେଳେ ଜିଲ୍ଲା ପ୍ରଶାସନ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି।

nis-ad
Leave A Reply

Your email address will not be published.