ଜୁନ ୯ରେ ଚିଲିକାରେ ହାଉସ୍‌ ବୋଟ୍‌ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଚିଲିକାରେ ଆସନ୍ତା ଜୁନ ୯ ତାରିଖରୁ ହାଉସ୍‌ ବୋଟ୍‌ ଚାଲିବ । ଏହା ରାଜ୍ୟରେ ପ୍ରଥମ । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ । ଏ ନେଇ ଏହାର ପରିଚାଳନା ଦାୟିତ୍ୱ ନେଇଥିବା ଘରୋଇ ସଂସ୍ଥା ବିକାଶ ଇକୋ ରିସୋର୍ଟସ ପକ୍ଷରୁ ସୂଚନା ଦିଆଯାଇଛି ।

ବୋଟ ରହଣୀ କୂଳରେ ପାନୀୟ ଜଳ ଏବଂ ବିଦ୍ୟୁତ ବ୍ୟବସ୍ଥା ପାଇଁ ଏହି ପ୍ରକଳ୍ପ ଅଟକିଥିଲା । ଗତ ମେ’ ୨୫ରେ ପର୍ଯ୍ୟଟନ ବିଭାଗ ସଚିବ ଓ ନିର୍ଦ୍ଦେଶକଙ୍କ ସମୀକ୍ଷା ପରେ ଜୁନ୍‌ରେ ବୋଟ ଚାଲିବ ବୋଲି କହିଥିଲେ । ଏବେ ଏହି ବହୁ ପ୍ରତିକ୍ଷୀତ ପ୍ରକଳ୍ପର ଶୁଭାରମ୍ଭ ହେବାକୁ ଯାଉଛି ।

nis-ad
Leave A Reply

Your email address will not be published.