ଦୀର୍ଘ ଦିନ ପରେ ଉପାନ୍ତରେ ଦେଖିବାକୁ ମିଳିଲା ମାଓ ପୋଷ୍ଟର

ଚିତ୍ରକୋଣ୍ଡା(୦୭/୦୬) : ଦୀର୍ଘ ଦିନର ବ୍ୟବଧାନ ପରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳର ଟନେଲକ୍ୟାମ୍ପ ମୁଖ୍ୟ ରାସ୍ତା ରେ ଲାଗିଲା ଲାଲ ବାହିନୀର ଧମକପୂର୍ଣ ପୋଷ୍ଟର । ଦଣ୍ଡକାରଣ୍ୟ ଡିଭିଜନ ପକ୍ଷରୁ ଲାଗିଥିବା ଏହି ପୋଷ୍ଟର ଗୁଡିକରେ ପୋଲିସ ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ଲେଖାଯାଇଥିବା ବେଳେ ମିତଲ କମ୍ପାନୀ ପକ୍ଷରୁ କରାଯାଉଥିବା ପାଇପ ଲାଇନ କାମ କୁ ମଧ୍ୟ ବିରୋଧ କରାଯାଇଛି । ପୋଲିସ ଗଞ୍ଜେଇ ଗଛ କାଟିବା ଓ ଚୋରା ଚାଲାଣ ବନ୍ଦ କରିବା ନାମରେ ନିରୀହ ଆଦିବାସୀଙ୍କୁ ଅତ୍ୟାଚାର କରୁଛି ପୋଲିସ ଓ ମିଥ୍ୟା ନକ୍ସଲ ଆଖ୍ୟା ଦେଇ ନିରୀହ ଆଦିବାସୀଙ୍କୁ ଦଣ୍ଡିତ କରିବା ଏବଂ ଏହାକୁ ବନ୍ଦ ନ କରାଗଲେ ନିକଟ ଭବିଷ୍ୟତରେ ପ୍ରଜା କୋର୍ଟରେ ଦଣ୍ଡିତ ବିବେଚିତ କରି ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ପୋଷ୍ଟର ରେ ଉଲ୍ଲେଖ କରିଛି ଲାଲ ବାହିନୀ ।

nis-ad
Leave A Reply

Your email address will not be published.