ଉଦଯାପିତ ହେଲା ପ୍ରସିଦ୍ଧ ବରଗଡ ଜିଲ୍ଲା ବରପାଲିର ଶୀତଳ ଷଷ୍ଠୀ ଯାତ୍ରା 

ବରଗଡ଼: ଉଦଯାପିତ ହେଲା ସାତଦିନ ବ୍ଯାପୀ ଚାଲିଥିବା ପ୍ରସିଦ୍ଧ ବରଗଡ ଜିଲ୍ଲା ବରପାଲିର ଶୀତଳ ଷଷ୍ଠୀ ଯାତ୍ରା । ବାବା କପିଳେଶ୍ୱର ଏବଂ ମାତା ପାର୍ବତୀଙ୍କ ବିବାହ ଉତ୍ସବ ପରେ ଯୁଗଳ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ନାଚ-ଗୀତ ସହ ବିଭିନ୍ନ ନୃତ୍ୟରେ ବରପାଲି ସହର ଦୁଲୁକିଥିଲା। ଏହାରି ଭିତରେ ଦେବ ଦମ୍ପତ୍ତି ବାହୁଡିଯାଇଛନ୍ତି ମନ୍ଦିରକୁ।

ତେବେ ଏହି ଶୀତଳ ଷଷ୍ଠୀ ଯାତ୍ରାରେ ଭକ୍ତଙ୍କ ମୁଖ୍ଯ ଆକର୍ଷଣ ଥିଲା ମିନାବଜାର ଏବଂ ତାଡକାସୂର ରାଜ। ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ବିଭିନ୍ନ ସାଂସ୍କୃତିକ,ଲୋକବାଦ୍ୟ ଏବଂ ଲୋକନୃତ୍ୟରେ ପ୍ରକମ୍ପିତ ହୋଇଥିଲା ବରଗଡ ଜିଲ୍ଲା ବରପାଲି ସହର। ବାବା କପିଳେଶ୍ୱର ଏବଂ ମାତା ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ଦର୍ଶନ ପାଇଁ ଛୁଟିଛି ଲକ୍ଷାଧିକ ଭକ୍ତଙ୍କ ସୁଅ।

ରାଜ୍ଯ ତଥା ରାଜ୍ଯ ବାହାରୁ ବିଭିନ୍ନ କଳାକାର ମାନେ ଆସି ନିଜର କଳା ପ୍ରଦର୍ଶନ କରିଥିଲେ। ମହାମାରୀ କରୋନା ପାଇଁ ଦୀର୍ଘ ଦୁଇବର୍ଷ ନିରାଡମ୍ବର ଭାବେ ଦେବ ଦମ୍ପତ୍ତିଙ୍କ ବିବାହ ଉତ୍ସବ ସମ୍ପନ୍ନ କରାଯାଉଥିବା ବେଳେ ଚଳିତ ବର୍ଷ ଦେବ ଦମ୍ପତ୍ତିଙ୍କ ଦର୍ଶନ କରି ବେଶ ଖୁସି ହୋଇଛନ୍ତି ଭକ୍ତ ।

ଅନ୍ଯ ଶୀତଳ ଷଷ୍ଠୀ ଅପେକ୍ଷା ବରପାଲି ଶୀତଳ ଷଷ୍ଠୀ ଯାତ୍ରାର ରହିଛି ଏକ ଭିନ୍ନ ସ୍ତନ୍ତ୍ରତା । ବାବା କପିଳେଶ୍ୱର ଏବଂ ଜଗତ ଜନନୀ ମାତା ପାର୍ବତୀଙ୍କ ବିବାହ ଉତ୍ସବ ପାଇଁ ସମସ୍ତ ପ୍ରକାରର ବ୍ଯବସ୍ଥା କରାଯାଇଥିବା ବେଳେ ୧୪୫ ବର୍ଷରେ ପଦାର୍ପଣ କରିଛି ଏହି ଉତ୍ସବ । ପୂଜା କମିଟି,ଜିଲ୍ଲା ପ୍ରଶାସନ ଏବଂ ପୋଲିସ ବିଭାଗ ମିଳିତ ଉଦ୍ୟମରେ ଶାନ୍ତି ଶ୍ରୁଙ୍ଖଳା ସହ ଯାତ୍ରା ସମାପ୍ତ ହୋଇଥିବାରୁ ସମସ୍ତଙ୍କୁ ଯାତ୍ରା କମିଟି ତରଫରୁ ଧନ୍ଯବାଦ ଅର୍ପଣ କରାଯାଇଛି ।

କଳା,ସଂସ୍କୃତି ,ଧାର୍ମିକ ,ଐତିହ ଓ ପରମ୍ପରାର ଝଲକ ଦେଖିବା ସହ ବାବା କପିଳେଶ୍ୱର ଏବଂ ମାତା ପାର୍ବତୀଙ୍କ ବିବାହଉତ୍ସବ ସହ ମନ୍ଦିର ପ୍ରବେଶ ପରେ ସମାପ୍ତ ହୋଇଛି ବରପାଲିର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା । ଏବେ ଅପେକ୍ଷା ପୁଣି ଆସନ୍ତା ବର୍ଷକୁ।

nis-ad
Leave A Reply

Your email address will not be published.