ଅଜଣା ବ୍ୟକ୍ତିର ଝୁଲନ୍ତା ଶବ ଉଦ୍ଧାର

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ, (୬/୬) : ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ଝିଞ୍ଜିରିଗୁଡା-ପାଣିଗଣ୍ଡା ପୂର୍ତ୍ତବିଭାଗ ମୁଖ୍ୟ ରାସ୍ତା ପାର୍ଶ୍ଵର ପ୍ରାୟ ୨୦ଫୁଟ ଦୁରତାରେ ଏକ ଝଙ୍କାଳିଆ ମାଙ୍କଡ଼କେନ୍ଦୁ ଗଛରେ ଝୁଲନ୍ତା ଅବସ୍ଥାରେ ଥିବା ଶବ ଉଦ୍ଧାର କରାଯାଇଛି। ବୟସ ପ୍ରାୟ ୪୫ବର୍ଷରୁ ଉର୍ଦ୍ଧ ହେବା ଅନୁମାନ କରାଯାଉଛି। ଅତିରିକ୍ତ ତହସିଲଦାର ଭବେଶ ମାଝୀଙ୍କ ଉପସ୍ଥିରେ, ଭାରପ୍ରାପ୍ତ ଥାନା ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧିଙ୍କ ନେତୃତ୍ୱରେ ଏଏସ ଆଇ ଶଙ୍କର ୱାଡାକା, ପୋଲିସ ବାହୀନ ଓ ଗୁହରକ୍ଷୀଙ୍କ ମାନଙ୍କ ସହଯୋଗ ସହିତ ଝିଞ୍ଜିରିଗଡା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଚାନ୍ଦିନୀ ପ୍ରଧାନ, ପାଣିଗଣ୍ଡା ସରପଞ୍ଚ ଶ୍ରୀମତୀ ବାବୁଲି ପାଟ୍ଟମାଝୀ,ବ୍ରାହ୍ମଣୀଗାଁ ରାଜସ୍ୱ ନିରୀକ୍ଷକ ରଞ୍ଜିତ କଁହର ଓ ତହସିଲ କର୍ମଚାରୀଗଣ ଥାଇ ସ୍ୱେଚ୍ଛା ସେବୀ ମାନଙ୍କ ସହଯୋଗରେ ମୃତ ଶବକୁ ଗଛ ଉପରୁ ଓଲ୍ହାଯାଇଥିଲା।ଆଜି ବ୍ରାହ୍ମଣୀଗାଁ ହାଟ ବାରି ଥିବାରୁ ଚିହ୍ନଟ ପାଇଁ ଶତାଧିକ ଲୋକଙ୍କ ସମାଗମ ହୋଇଥିଲା। ହେଲେ ଅଂଚଳର ଲୋକ ବୋଲି କୌଣସି ଲୋକ ଚିହ୍ନଟ କରି ପାରିନଥିଲେ। ଥାନା ପକ୍ଷରୁ ଅପ ମୃତ୍ୟୁ ମାମଲା ୧/୨୨ ରୁଜୁ କରି ତଦନ୍ତ ଜାରୀ ରଖିଥିବା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ସୁବୁଦ୍ଧି ସୂଚନା ଦେଇଛନ୍ତି। ଖବର ନେବାରୁ ଜଣା ପଡିଛି ଯେ ଗତକାଲି (ରବିବାର) ସନ୍ଧ୍ୟା ସମୟରେ ଲୋକଙ୍କ ଟୁପୁରୁ ଟାପୁରୁ କଥାରୁ ପୋଲିସ ସତ୍ୟାସତ୍ୟ ଜାଣିବା ପାଇଁ ଆଜି ଘଟଣା ସ୍ଥଳରେ ପହଞ୍ଚିଥିଲା।

nis-ad
Leave A Reply

Your email address will not be published.