କେରଳରୁ ଠାବ ହେଲା ନୋରୋ ଭାଇରସ, ୨ ପିଲା ସଂକ୍ରମିତ

ଥିରୁଅନନ୍ତପୁରମ: କେରଳରୁ ଠାବ ହୋଇଛି ନୋରୋ ଭାଇରସ। ଏହି ଭାଇରସ ରାଜଧାନୀ ଥିରୁଅନନ୍ତପୁରମରେ ଥିବା ଭିଜହିନଜାମ ଅଞ୍ଚଳର ୨ ଜଣ ପିଲାଙ୍କୁ ସଂକ୍ରମିତ କରିଛି। ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି, ରାଜ୍ୟରୁ ନୋରୋ ଭାଇରସ ଚିହ୍ନଟ ହୋଇଛି। କେହି ବି ଆତଙ୍କିତ ହୁଅନ୍ତୁ ନାହିଁ। ଉଭୟ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏଲଏମଏସ୍‌ଏଲପି ସ୍କୁଲର ପିଲାମାନେ ଫୁଡ ପଏଜନିଂ ଓ ଡାଇରାଇରେ ପଡ଼ିବାରୁ ସେମାନଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା।
ରାଜ୍ୟ ସ୍ୱାସ୍ଥ୍ୟ ଲ୍ୟାବରେ ନମୁନାଗୁଡ଼ିକର ପରୀକ୍ଷା କରାଯାଇଥିଲା। ଏହି ସମୟରେ ୨ ଜଣ ପିଲା ନୋରୋ ଭାଇରସରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି। ଏହାପରେ କେରଳ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଭାଇରସ ଚିହ୍ନଟ ହୋଇଥିବା ଅଞ୍ଚଳରୁ ଅଧିକ ନମୁନା ସଂଗ୍ରହ କରିଛନ୍ତି। ଏଥିସହ ସଂକ୍ରମଣ ରୋକିବାକୁ ସବୁ ପ୍ରକାରର ବ୍ୟବସ୍ଥା ନିଆଯାଇଥିବା ସେ ସୂଚନା ଦେଇଛନ୍ତି।
୨୦୨୧ ନଭେମ୍ବର ମାସରେ ପ୍ରଥମଥର ପାଇଁ ନୋରୋ ଭାଇରସ କେଳରୁ ଚିହ୍ନଟ ହୋଇଥିଲା। ୱାୟନାଡରେ ଥିବା ଗୋଟିଏ ଭେଟରନାରୀ କଲେଜର ୧୩ ଜଣ ଶିକ୍ଷାର୍ଥୀଙ୍କ ଏହି ଭାଇରସରେ ସଂକ୍ରମିତ ହୋଇଥିଲେ। ସରକାର ତୁରନ୍ତ ଭାଇରସର ମୁକାବିଲା କରିଥିଲେ। ଫଳରେ ଏହା ଅଧିକ ବିପଦ ସୃଷ୍ଟି କରି ନଥିଲା।
ନୋରୋ ଭାଇରସ ସାଧାଣତଃ ଅସ୍ୱାସ୍ଥ୍ୟକର ଖାଦ୍ୟ ଓ ତରଳ ପଦାର୍ଥ ମାଧ୍ୟମରେ ଜଣଙ୍କ ଠାରୁ ଆଉ ଜଣଙ୍କୁ ସଂକ୍ରମିତ କରିଥାଏ। ନୋରୋ ଭାଇରସ ସଂସ୍ପର୍ଶରେ ଆସିଥିବାର କୌଣସି ଜିନିଷକୁ ମଧ୍ୟ ଛୁଇଁଲେ ମଧ୍ୟ ଏହା ବ୍ୟାପେ। ଭାଇରସରେ ଆକ୍ରାନ୍ତ ହେଉଥିବା ଲୋକଙ୍କର ଥଣ୍ଡା, ଝାଡ଼ାବାନ୍ତି, ଶରୀରରେ ଅତ୍ୟଧିକ ଯନ୍ତ୍ରଣା ଅନୁଭବ ହୋଇଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନୋରୋ ଭାଇରସରୁ ସୁସ୍ଥ ହେଉଥିବା ଲୋକମାନେ ୨ ସପ୍ତାହ ଯାଏ ସଂକ୍ରମିତ କରିବାର କ୍ଷମତା ରଖିଥାଆନ୍ତି।

nis-ad
Leave A Reply

Your email address will not be published.