ବାରବାଟୀ T20: ୯ ତାରିଖରୁ କାଉଣ୍ଟରରେ ମିଳିବ ଅଫ୍‌ଲାଇନ ଟିକେଟ୍‌

କଟକ: ବାରବାଟୀ ଟି୨୦ ମ୍ୟାଚ୍‌ ପାଇଁ ଆସନ୍ତା ୯ ତାରିଖରୁ ହେବ ଟିକେଟ ବିକ୍ରି । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଓଡିଶା କ୍ରିକେଟ ଆସୋସିଏସନ(OCA) । ସର୍ବସାଧରଣଙ୍କ ପାଇଁ ପ୍ରାୟ ୧୨ ହଜାର ଟିକେଟ ବିକ୍ରି ହେବ । ଷ୍ଟାଡିୟମ ପରିସରରେ ଥିବା ଟିକେଟ କାଉଣ୍ଟର ଏହି ଟିକେଟ ବିକ୍ରି କରାଯିବ । ବାରବାଟୀ ମ୍ୟାଚକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି । ଫଳରେ କାଉଣ୍ଟର ବାହାରେ ଟିକେଟ କିଣିବାକୁ ଦର୍ଶକଙ୍କ ପ୍ରବଳ ଭିଡ ହେବ ବୋଲି ପୂର୍ବାନୁମାନ କରାଯାଇଛି ।

ସେପଟେ ଭିଡ଼କୁ ଆଖି ଆଗରେ ରଖି ଦେଖି ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ଯାଇଛି କମିଶନରେଟ ପୋଲିସ । ତେବେ ଟିକେଟ ବିକ୍ରି ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ନିଜ ପ୍ରସ୍ତୁତି ଶେଷ କରିସାରିଛି କମିଶନରେଟ୍‌ ପୋଲିସ । ଟିକେଟ ବିକ୍ରି ସମୟରେ ଷ୍ଟାଡିୟମ ପରିସରରେ ପ୍ରାୟ ୧୦ ପ୍ଲାଟୁନ ଫୋର୍ସଙ୍କୁ ନିୟୋଜିତ କରାଯିବ । ବିଶେଷ କରି ଶୃଙ୍ଖଳିତ ଟିକେଟ ବିକ୍ରି ପୋଲିସର ମୁଖ୍ୟ ଲକ୍ଷ୍ୟ ଥିବା ବେଳେ ଟିକେଟ କଳାବଜାରୀ ଓ ଜାଲିଆତି ଯେପରି ହୁଏ, ସେଥିପ୍ରତି ମଧ୍ୟ ପୋଲିସ ଦୃଷ୍ଟି ଦିଆଯିବ ।

ସକାଳ ୯ଟାରୁ ଟିକେଟ ବିକ୍ରି ଆରମ୍ଭ ହେବାକୁ ଥିବା ବେଳେ ପୂର୍ବଦିନ ରାତିରୁ କାଉଣ୍ଟର ଆଗରେ ଦର୍ଶକ ମାନେ ଭିଡ଼ ଜମାଇବା ଦେଖାଯାଇଥାଏ । ତେବେ ଏପରି ନକରିବା ପାଇଁ କ୍ରିକେଟ ପ୍ରେମୀ ମାନଙ୍କୁ ପରାମର୍ଶ ଦେଇଛନ୍ତି କଟକ DCP ପିନାକ ମିଶ୍ର । ଚଳିତ ମାସ ୧୨ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା(India vs South Africa) ମଧ୍ୟରେ ଟି୨୦ ସିରିଜର ଦ୍ବିତୀୟ ମ୍ୟାଚ୍‌ ଖେଳାଯିବା ନେଇ ସୂଚୀ ରହିଛି ।

nis-ad
Leave A Reply

Your email address will not be published.