ଦାରିଙ୍ଗବାଡ଼ି ବ୍ଳକରେ ୭ଟି ସ୍ମାର୍ଟସ୍କୁଲର ଉଦ୍ଘାଟନ

ଦାରିଙ୍ଗବାଡି,୪/୬ : କନ୍ଧମାଳ ଜିଲାର ୭୩ ଟି ସ୍ମାର୍ଟ ସ୍କୁଲ ଭରଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଦାରିଙ୍ଗବାଡି ବ୍ଲକରୁ ୨ଟି ସ୍ମାର୍ଟ ସ୍କୁଲର ଉଦ୍ଘାଟନ ହୋଇଥିବା ବେଳେ ଶୁକ୍ରବାର ଦିନ ଦ୍ଵିତୀୟ ପର୍ଯ୍ୟାୟରେ ଦାରିଙ୍ଗବାଡି ବ୍ଲକର ୭ ଗୋଟି ସ୍ମାର୍ଟସ୍କୁଲର ଉଦ୍ଘାଟନ ହୋଇଛି।ସ୍କୁଲ ଗୁଡିକ ହେଲା ଦାରିଙ୍ଗବାଡି ବ୍ଲକର କିରୀକୁଟି ଉଚ୍ଚ ବିଦ୍ୟାଳୟ, ଭ୍ରମରବାଡି ଉଚ୍ଚ ବିଦ୍ୟାଳୟ, ଦାରିଙ୍ଗବାଡି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ, ଗୁମିକିଆ ପଞ୍ଚାୟତର ଅଲିମାହା ଉଚ୍ଚ ବିଦ୍ୟାଳୟ, ଝିଞ୍ଜିରିଗୁଡା ଉଚ୍ଚ ବିଦ୍ୟାଳୟ, ବ୍ରାହ୍ମଣୀଗାଁ ଉଚ୍ଚ ବିଦ୍ୟାଳୟ ଓ ତାଜୁଙ୍ଗିଆ ପଞ୍ଚାୟତର ସିକରମାହା ଉଚ୍ଚ ବିଦ୍ୟାଳୟ ରହିଛି। ବ୍ରାହ୍ମଣୀଗାଁ ଅଂଚଳରେ ବିଦ୍ୟୁତ ସଠିକ ଭାବେ ରହୁ ନଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନୀ କାର୍ଯ୍ୟକ୍ରମ ଦେଖିବାରେ ବାଧା ଉପଜିବାରୁ ବାଧ୍ୟ ହୋଇ ବାହାରୁ ଜେନେରେଟର ଆୟୋଜନ କରାଯାଇ ଥିବା ଜଣାପଡିଛି।

nis-ad
Leave A Reply

Your email address will not be published.