ଭୁବନେଶ୍ୱରର ତମାଣ୍ଡୋରୁ ୧୦ କ୍ୱିଣ୍ଟାଲ୍‌ ଗଞ୍ଜେଇ ଜବତ

ଭୁବନେଶ୍ୱର : ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ଏସ୍‌ଟିଏଫ୍‌ । ଜାତୀୟ ରାଜପଥ ୧୬ ତମାଣ୍ଡୋ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ହୋଇଛି । ଏହାସହିତ ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌ ।

ଖବର ଅନୁଯାୟୀ, ଭୁବନେଶ୍ୱରରୁ ଝାଡ଼ଖଣ୍ଡ ଓ ବିହାରକୁ ଚାଲାଣ ହେଉଥିଲା ଗଞ୍ଜେଇ । ଏକା ହାଇଓ୍ୱା ଗାଡିରେ ସିକ୍ରେଟ୍‌ ଚାମ୍ବରରେ ଗଞ୍ଜେଇ ରଖି ଚାଲାଣ କରୁଥିଲେ ।

ଯାହାର ଗୁଇନ୍ଦା ସୂଚନା ପାଇଥିଲା କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ । ୧୬ ନମ୍ବର ଜାତୀୟ ରାଜପଥ ତମାଣ୍ଡୋ ନିକଟରେ ଚଢାଉ କରିଥିଲା ଏସ୍‌ଟିଏଫ୍‌ । ଏହି ଚଢାଉ ରେ ପ୍ରାୟ ୧୦ କ୍ୱିଣ୍ଟାଲ୍‌ରୁ ଅଧିକ ଗଞ୍ଜେଇ ଜବତ କରିଛି ଏସ୍‌ଚିଏଫ୍‌ । ଏହାସହିତ ଗଞ୍ଜେଇ କାରବାରରେ ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌ । ଗିରଫ ବ୍ୟକ୍ତି ହେଲେ ବିହାର ଜଗଦିଶପୁର ଜିଲ୍ଲାର ରାଜେଶ ସିଂ ବୋଲି ଜଣାପଡିଛି ।

nis-ad
Leave A Reply

Your email address will not be published.