ରାଜଧାନୀରେ ବୁଲିଲା ଖଣ୍ଡା, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର : ଇନଷ୍ଟ୍ରା ରିଲସରେ ଫଲୋର୍ସ ସଂଖ୍ୟା ବଢ଼ିଲା ବୋଲି ରାଜଧାନୀରେ ବୁଲିଲା ଖଣ୍ଡା। ଯୁବକଙ୍କୁ ଖଣ୍ତାରେ ସଂଘବଦ୍ଧ ଭାବେ ଆକ୍ରମଣ କଲେ ଦୁର୍ବୃତ୍ତ। ବିଭତ୍ସକାଣ୍ଡର ଲୋମହର୍ଷଣକାରୀ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। ଏଭଳି ଘଟଣା ସହିଦନଗର ଥାନା ଅନ୍ତର୍ଗତ ମହର୍ଷି କଲେଜ ପଛ ପଟେ ଘଟିଛି।

ସୂଚନା ମୁତାବିକ, ଗତକାଲି ସହିଦନଗର ଥାନା ଅନ୍ତର୍ଗତ ମହର୍ଷି କଲେଜ ପଛ ପଟେ କିଛି ଦୁର୍ବୃତ୍ତ ଯୁବକଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ଆକ୍ରମଣ କରିଛନ୍ତି।

ଯୁବକ ଶରୀରରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି। ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣଙ୍କ ଚନ୍ଦନ ବୋଲି ଜଣାପଡିଛି। ଏଭଳି ଏକ ଲୋମହର୍ଷଣକାରୀ ଘଟଣା ସିସିଟିଭିରେ କଏଦ ହୋଇଛି। ୫ରୁ ୭ ଜଣ ଜଣ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡା ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଏହାକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଇନଷ୍ଟ୍ରା ରିଲସରେ ଫଲୋର୍ସ ସଂଖ୍ୟା ଏଭଳି କାଣ୍ଡ ଭିଆଇ ଥିବା ଜଣାପଡିଛି।

nis-ad
Leave A Reply

Your email address will not be published.