ଶ୍ରୀ ଲିଙ୍ଗରାଜଙ୍କ ନୀତି ବିଭ୍ରାଟ : ବୈଠକ ଡାକିଲେ ଉପଜିଲ୍ଲାପାଳ

ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିରରେ ସୃଷ୍ଟି ହୋଇଥିବା ନୀତି ବିଭ୍ରାଟର ସମାଧାନ ପାଇଁ ଉପଜିଲ୍ଲାପାଳ ଡାକିଲେ ବୈଠକ । ସେବାୟତଙ୍କ ସହ ବୈଠକରେ ଆଲୋଚନା ହେବ । ଆଲୋଚନାରୁ ସମାଧାନର ବାଟ ବାହାରିବାର ସମ୍ଭାବନା ରହିଛି । ହେଲେ, ଏପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତି ସ୍ୱାଭାବିକ ହୋଇନଥିବା ଜଣାପଡିଛି ।

ଲିଙ୍ଗରାଜ ମନ୍ଦିର ପ୍ରଶାସନର ଅବେହଳାକୁ ବିରୋଧ କରି ସେବାୟତମାନେ ଅସହଯୋଗ କରିବାରୁ ହୋଇପାରିନି ଦେବଦମ୍ପତିଙ୍କ ମଙ୍ଗଳକୃତ୍ୟ ବିଧି ସମ୍ପନ୍ନ ।

ଦିନ ତମାମ୍ ମନ୍ଦିର ନୀତିିରେ ବି ବିଭ୍ରାଟ ଲାଗି ରହିଥିଲା । ମନ୍ଦିର ପ୍ରଶାସନ ଓ ସେବାୟତମାନଙ୍କ ମଧ୍ୟରେ ଲାଗି ରହିଥିବା ଛକାପଞ୍ଝା କାରଣରୁ ଠାକୁରଙ୍କ ବିଧି ବନ୍ଦ ହୋଇଯାଇଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତ୍ରୀବ ପ୍ରତିକ୍ରିୟା ପ୍ରକାଶ ପାଇଛି । ମଙ୍ଗନ ନୀତି ବନ୍ଦ ହୋଇଥିବା ବେଳେ ବାହାଘର ପର୍ବ କିପରି ହେବ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ପ୍ରଶାସନ ଓ ସେବାୟତମାନେ ଚାହିଁଲେ ସଜ ମଙ୍ଗନ ସଜ ବାହା ନୀତି ଅନୁସାରେ ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ ହୋଇପାରିବ ।

nis-ad
Leave A Reply

Your email address will not be published.