ମାସ୍କ ନପିନ୍ଧିଥିଲେ ବିମାନ ଭିତରୁ ଯାତ୍ରୀଙ୍କୁ ବାହାର କରିଦିଆଯାଉ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: କୋଭିଡ୍ ନିୟମକୁ ବେଖାତିର ନେଇ କଠୋର ହୋଇଛନ୍ତି ଦିଲ୍ଲୀ ହାଇକୋର୍ଟ। ବିମାନବନ୍ଦର ଏବଂ ବିମାନ ଭିତରେ ମାସ୍କ ପିନ୍ଧିବା ନିୟମ କଡ଼ାକଡ଼ି ପାଳନ କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଣିକିଆ ଖଣ୍ଡପୀଠ ତଥା ମୁଖ୍ୟ ବିଚାରପତି ଏସିଜେ ବିପିନ୍‌ ସିଙ୍ଘାଇ କହିଛନ୍ତି ଯେ, ମାସ୍କ ନପିନ୍ଧିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସେହିପରି ଅମାନିଆଙ୍କ ବିରୋଧରେ ଅତ୍ୟଧିକ ପରିମାଣରେ ଜରିମାନା ଲାଗୁ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିୟମକୁ କାର୍ଯ୍ୟକାରୀ କରାଯିବା ଉଚିତ ବୋଲି କୋର୍ଟ କହିଛନ୍ତି। ଆବଶ୍ୟକ ପଡ଼ିଲେ ନିୟମ ଊଲ୍ଲଂଘନକାରୀଙ୍କୁ ବିମାନ ଭିତରୁ ବାହାର କରି ଦିଆଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେବଳ ମିଲ ଭୋଜନ ବେଳେ ମୁହଁରୁ ମାସ୍କ କାଢ଼ିବାକୁ କୋହଳ କରାଯାଇଥିବା
ଡିଜିସିଏ ପକ୍ଷରୁ ଓକିଲ କହିଛନ୍ତି। ଏନେଇ ଡିଜିସିଏ ଅଧିକୃତ ବିମାନ କର୍ମଚାରୀ, ପାଇଲଟ, କ୍ୟାପ୍ଟେନଙ୍କ ପାଇଁ ଗାଇଡ୍‌ଲାଇନ୍‌ ଆଣିବା ଉଚିତ୍ । ସେହିପରି ଅମାନିଆଙ୍କ ଯାତ୍ରୀଙ୍କ ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନର ବ୍ୟବଧାନ ରହିବା ଉଚିତ ବୋଲି କୋର୍ଟ କହିଛନ୍ତି। ଏହି ଅମାନିଆଙ୍କ ବିରୋଧରେ ମାମଲା ହେବା ଉଚିତ ବୋଲି କୋର୍ଟ କହିଛନ୍ତି। ବିମାନ ବନ୍ଦର ଓ ବିମାନ ଭିତରେ ଯାତ୍ରୀମମାନେ ମାସ୍କ ପିନ୍ଧୁ ନଥିବା ନେଇ ପିଆଇଏଲ ହୋଇଥିଲା।
ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି ଯେ, କୋଭିଡ୍‌ ମହାମାରୀକୁ ରୋକିବାକୁ ହେଲେ ମାସ୍କ ବ୍ୟବହାର ଜରୁରୀ। ଏହି ନିୟମ ପୂର୍ବରୁ ମଧ୍ୟ ବିମାନ କର୍ତ୍ତୃପକ୍ଷ ଜାରି କରିଛନ୍ତି। ତେବେ ଏ ସମ୍ପର୍କରେ ପୁନଃ ଏକ ଗାଇଡଲାଇନ୍‌ ଆଣି କାର୍ଯ୍ୟକାରୀ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

nis-ad
Leave A Reply

Your email address will not be published.