ବ୍ରଜରାଜନଗର ବାଜି ଜିତିଲା ବିଜେଡି, କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ହରାଇଲେ ଅଳକା

ବ୍ରଜରାଜନଗର: ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବାଜିମାତ । ବୃହତ ବିଜୟ ହାସଲ କରିଛନ୍ତି ବିଜୁ ଜନତା ଦଳର ପ୍ରାର୍ଥୀ ଅଳକା ମହାନ୍ତି । ୬୬ ହଜାର ୧୨୨ ଭୋଟରେ ବିଜୟ ଲାଭ କଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ବିଜୟ ପରେ ବିଜୟ ଉତ୍ସବ ମନାଉଛନ୍ତି ବିଜେଡି କର୍ମୀ । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ହରାଇଲେ ଅଳକା । ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନରେ ରହିଛନ୍ତି ।

ଚଳିତ ଉପନିର୍ବାଚନରେ ବିଜେପିକୁ ପଛରେ ପକାଇ ବ୍ରଜରାଜନଗରରେ ଦ୍ବିତୀୟ ସ୍ଥାନରେ ରହିଛି କଂଗ୍ରେସ । ଗଣତି ପରଠାରୁ ଦ୍ବିତୀୟ ସ୍ଥାନ ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା । ତେବେ ବିବେକର ଏହି ମୁକାବିଲାରେ କଂଗ୍ରେସ ଆଗେଇ ଦ୍ବିତୀୟ ସ୍ଥାନ ହାସଲ କରିଛି । କଂଗ୍ରେସ ବ୍ରଜରାଜନଗରରେ ଏକ ହୋଇ ଲଢ଼େଇ କରିଥିଲା । ସବୁ ବିଧାୟକ ଗାଁ ଗାଁ ବୁଲି ପ୍ରଚାର କରିଥିଲେ । ଯାହାର ଫଳ ବ୍ରଜରାଜନଗର ଉପନିର୍ବାଚନରେ ଦେଖିବାକୁ ମିଳିଛି । ଉଭୟ ବିଜେପି ଓ କଂଗ୍ରେସ କେନ୍ଦ୍ରୀୟ ନେତାଙ୍କ ଉପରେ ଭରସା କରିଥିଲେ ମଧ୍ୟ ବିଜେପିକୁ ଲୋକ ସଂପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି । କଂଗ୍ରେସକୁ ପ୍ରଚାରର ଫଳ ମିଳିଥିବା ଦଳ କହିଛି ।

ସ୍ୱର୍ଗତ ବିଧାୟକ କିଶୋର କୁମାର ମହାନ୍ତିଙ୍କ ଧର୍ମପତ୍ନୀ ହେଉଛନ୍ତି ଅଳକା ମହାନ୍ତି । ବିଜେଡି ବିଧାୟକ କିଶୋର କୁମାର ମହାନ୍ତିଙ୍କ ଅକାଳ ବିୟୋଗ ପରେ ବ୍ରଜରାଜନଗର ବିଧାନସଭା ପାଇଁ ଉପନିର୍ବାଚନ ହୋଇଥିଲା । ମେ ୩୧ ତାରିଖରେ ମତଦାନ ହେବା ପରେ ଆଜି ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ବିପୁଳ ସମର୍ଥନରେ ବିଜେଡି ପ୍ରାର୍ଥୀ ଅଳକା ବାଜିମାତ୍ କରିଛନ୍ତି।

nis-ad
Leave A Reply

Your email address will not be published.