ସୁପ୍ରିମକୋର୍ଟଙ୍କ ମୁହଁରେ ମହାପ୍ରଭୁ ଜଗନ୍ନାଥ ନିଜ ଭାଷା କହିଛନ୍ତି : ପିନାକୀ ମିଶ୍ର

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ପ୍ରତିକ୍ରିୟା ।

ଜୟ ଜଗନ୍ନାଥରୁ ଦେଲେ ନିଜ ପ୍ରତିକ୍ରିୟା । ସୁପ୍ରିମକୋର୍ଟଙ୍କ ମୁହଁରେ ମହାପ୍ରଭୁ ଜଗନ୍ନାଥ ନିଜ ଭାଷା କହିଛନ୍ତି । ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପ୍ରତିଶୃତିବଦ୍ଧ ରହିଛନ୍ତି । ତେବେ ବ୍ୟକ୍ତିଗତ କିମ୍ବା ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ମହତ କାର୍ଯ୍ୟରେ ବାଧା ନ ଉପୁଜାଇବାକୁ ଟ୍ବିଟ କରି ନିବେଦନ କରିଛନ୍ତି ସାଂସଦ ପିନାକୀ ।

ଏ ନେଇ ପିନାକୀ ଟ୍ବିଟ କରି କହିଛନ୍ତି ଯେ, “ପୁରୀ ପରିକ୍ରମା ପ୍ରକଳ୍ପ ଜରିଆରେ ଅନେକ ଉନ୍ନତିମୂଳକ କାର୍ଯ୍ୟ କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ଏହାକୁ ସର୍ବଦା ରାଜନୈତିକ ମୁଦ୍ଦା ନ କରିବା ଲାଗି ଉଦ୍ୟମ କରିଛନ୍ତି । ସମସ୍ତ ରାଜନୈତିକ ଦଳକୁ ନେଇ ଏହାର ପ୍ରତିଟି କାର୍ଯ୍ୟ କରାଯାଉଛି । ପ୍ରକଳ୍ପର ଶିଳାନ୍ୟାସ ପାଇଁ ସମସ୍ତ ରାଜନୈତିକ ଦଳକୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା । ବ୍ୟକ୍ତିଗତ ସ୍ବାସ୍ଥ୍ୟ ଲାଗି ଏହି ଉନ୍ନତ କାର୍ଯ୍ୟରେ ବାଧା ନ ଉପୁଜାଇବାକୁ ମୁଁ ନିବେଦନ କରୁଛି? “

nis-ad
Leave A Reply

Your email address will not be published.