ଶ୍ରୀମନ୍ଦିର ପ୍ରକଳ୍ପ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ, ସେବାୟତଙ୍କ ସ୍ବାଗତ

ପୁରୀ: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ (Shri Mandir Heritage Project) ନେଇ ଚାଲିଥିବା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଆସିଛି । କୋର୍ଟ ମାମଲାଟିକୁ ରଦ୍ଦ କରିବା ସହ ଆବେଦନ କାରୀଙ୍କ ଉପରେ ୧ ଲକ୍ଷ ଟଙ୍କା ଜୋରିମାନା କରିଛନ୍ତି । ଏହି ରାୟକୁ ସେବାୟତ ମହଲରେ ସ୍ବାଗତ କରାଯାଇଛି । ସୁପ୍ରିମକୋର୍ଟରେ ବିରୋଧୀଙ୍କୁ ମହାପ୍ରଭୁ ଉଚିତ ଜବାବ ଦେଇଛନ୍ତି ବୋଲି ସେବାୟତମାନେ କହିଛନ୍ତି ।

ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପ୍ରକଳ୍ପ ସପକ୍ଷରେ ଥିବା ବରିଷ୍ଠ ସେବାୟତ ମାନେ ଖୁସି ପ୍ରକଟ କରିଛନ୍ତି । ମହାପ୍ରଭୁଙ୍କ କାର୍ଯ୍ୟକୁ ଯେଉଁଭଳି ଭାବରେ କିଛି କୁଚକ୍ରୀ ବାଧା ଉପୁଜାଇବା ପାଇଁ ଉଦ୍ୟମ କରିଥିଲେ ତାହାର ସ୍ବୟଂ ମହାପ୍ରଭୁ ଉଚିତ ଜବାବ ଦେଇଛନ୍ତି । ଏଣିକି ମହାପ୍ରଭୁଙ୍କ କାର୍ଯ୍ୟରେ ସମସ୍ତେ ସହଯୋଗ କରିବାକୁ ବରିଷ୍ଠ ସେବାୟତ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟ ଆଉ ଅଟକିବ ନାହିଁ । ଖୁବଶୀଘ୍ର କାର୍ଯ୍ୟ ଶେଷ ହେବ ବୋଲି ବରିଷ୍ଠ ସେବାୟତମାନେ ଆଶା ପ୍ରକଟ କରିଛନ୍ତି ।

nis-ad
Leave A Reply

Your email address will not be published.