‘ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ’ : ନବୀନ

ଭୁବନେଶ୍ଵର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ଆସିଛି ମାନ୍ୟବର ସୁପ୍ରିମକୋର୍ଟଙ୍କ ବଡ ରାୟ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିରୋଧ କରି ଆଗତ ହୋଇଥିବା ଦୁଇଟି ଆବେଦନକୁ ରଦ୍ଦ କରିଛନ୍ତି ସର୍ବେଚ୍ଚ ନ୍ୟାୟାଳୟ । ଏହାସହ ସୁପ୍ରିମକୋର୍ଟରେ ଓଡ଼ିଶା ସରକାରଙ୍କ ବିଜୟ ହୋଇଛି । ଏହି ବିଜୟ ପରେ ସାମ୍ନାକୁ ଆସିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ଵିଟ୍।

ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ । ଜୟ ଜଗନ୍ନାଥ ବୋଲି ଟ୍ଵିଟ୍ କଲେ ନବୀନ। ଟ୍ୱିଟରେ ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି, ‘ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ । ଜୟ ଜଗନ୍ନାଥ ।’ ସରକାରଙ୍କ ବିଜୟ ପରେ ଶ୍ରୀଜଗନ୍ନାଥଙ୍କୁ ନବୀନ ପଟ୍ଟନାୟକ ଶ୍ରେୟ ଦେଇଛନ୍ତି ।

nis-ad
Leave A Reply

Your email address will not be published.