ବେଆଇନ ମଦ ବେପାରୀଙ୍କ ପେଣ୍ଠ ବ୍ରହ୍ମପୁର ସହର : ଢ଼ାବା ମଲିକ ସହ ଜଣେ ଗିରଫ…

ବ୍ରହ୍ମପୁର ପ୍ରତିନିଧି // ନିସର୍ତ୍ତ

ବ୍ରହ୍ମପୁର : ବ୍ରହ୍ମପୁର ସହର ରେ ଚାଲିଛି ବେଆଇନ ଦେଶୀ ଓ ଵେଦେଶୀ ମଦ ବ୍ୟବସାୟ l ଖାସ କରି ବି ଏନ ପୁର ଥାନା ଅଞ୍ଚଳ ରେ ବହୁମାତ୍ରା ରେ ଏହି ପରି ବେଆଇନ ମଦ ବ୍ୟବସାୟ ଦେଖି ବାକୁ ମିଳୁଛି, ସୂଚନା ଥାଉକି ବ୍ରହ୍ମପୁର ଏସ ପି ଡ଼କ୍ଟର ଶ୍ରବଣ ବିବେକ ଏମ ବ୍ରହ୍ମପୁର ଏସ ପି ଭାବରେ ଦାଇତ୍ୱ ନେଲା ପରେ ଅପରାଧୀ ଓ ବେଆଇନ ମଦ ବେପାରୀ ଙ୍କ ନିଦ ହଜିଯାଇଛି l ସୂଚନା ଥାଉ ଯେ, ଗତ କିଛି ଦିନ ତଳେ ଏସ ପି ମଦୁଆ ମାନଙ୍କ ପାଇଁ ଗୋଟିଏ କଡା ନିୟମ କରାଇଥିବା ବେଳେ ଜାତୀୟ ରାଜପଥ ରେ ଥିବା କିଛି ହୋଟେଲ ଏବଂ ଢ଼ାବା ମାନଙ୍କ ରେ ଦିନ କୁ ଦିନ ମଦ ବିକ୍ରି ବଢିବା ସହିତ ନିୟମ କୁ ନାମାନିବା ଦେଖିବାକୁ ମିଳୁଛି ଏବଂ ସରକାରୀ ନିୟମକୁ ଖୋଲାମ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି l କୌଣସି ବିଶେଷ ସୂତ୍ରରୁ ସୂଚନା ପାଇ ଏସ ପି ଗତ କାଲି ପ୍ରାୟ ରାତି 10.00 ରେ ବୈଦ୍ୟନାଥପୁର ଥାନା ଅଧିନସ୍ତ ଆଙ୍କୁଲୀ ଜାତୀୟ ରାଜପଥ ରେ ଥିବା ରୟାଲ ଇନ ଢ଼ାବା ରେ ବୈଦ୍ୟନାଥପୁର ଥାନା ଅଧିକାରୀ ରାମ କୁମାର ମୁର୍ମୁ ଏବଂ ତାଙ୍କ ଟିମ ଚଢ଼ାଉ କରିଥିଲେ l ବେଆଇନ ମଦ ବିକ୍ରି କରୁଥିବା ଅଭିଯୋଗ ରେ ଢ଼ାବା ମାଲିକ ସୁଶୀଲ ପଟ୍ଟନାୟକ ଏବଂ ରିଙ୍କୁ ନାୟକ ଙ୍କୁ ଗିରଫ କରିବା ସହ ଢ଼ାବା ରେ ଥିବା 116.540 ଲିଟର ବେଆଇନ ମଦ କୁ ମଧ୍ୟ ଜବତ କରିଛି ପୋଲିସ l କିନ୍ତୁ ଖାଲି ବୈଦ୍ୟନାଥପୁର ଥାନା ଅଞ୍ଚଳ ନୁହେଁ ବ୍ରହ୍ମପୁର ସହର ର ଟାଉନ ଥାନା , ବଡ ବଜ଼ାର ଥାନା,


ଗୋଶାଣୀନୂଆ ଗାଁ ଥାନା, ଗୋପାଳପୁର ଥାନା ଏବଂ
ଗୋଳନ୍ଥରା ଥାନା ଅଞ୍ଚଳ ର କିଛି ଛୋଟ ଓ ବଡ ପୋଲିସ ଅଫିସର ଙ୍କୁ ହାତ ବାରିସୀ କରି ବାବୁଙ୍କ ତତ୍ୱବୋଧନ ରେ ଅନେକ ଢ଼ାବା ଏଭଳି କି ବିଭିନ୍ନ ଦୋକାନ ଓ ପାନ ଦୋକାନ ରେ ବେଆଇନ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଥିବା ଶୁଣିବାକୁ ମିଳୁଛି କିନ୍ତୁ ଲୋକ ଭୟରେ ଅଭିଯୋଗ କରିବାକୁ ସାହସ କରୁ ନାହାନ୍ତି l ଏଥି ପ୍ରତି ଅବକାରୀ ବିଭାଗ ଧ୍ୟାନ ଦେବାକୁ ସାଧାରଣ ରେ ଦାବି ହେଉଛି, ଯାହାକି ଅବକାରୀ ବିଭାଗ ର ଢିଲା ମନ ବୃତ୍ତ ପୋଲିସ ପାଇଁ ମୁଣ୍ଡ ବ୍ୟଥା ର କାରଣ ହେଉଛି l କଥା ରେ ଅଛି ସିଂଘ ଧରୁଛି ଜଣେ କ୍ଷୀର ପିଉଛି ଜଣେ ଏହି ଭଳି ଦେଖିବାକୁ ମିଳୁଛି..

nis-ad
Leave A Reply

Your email address will not be published.