ଏସଟିଏଫ ପଞ୍ଝାରେ ହାତୀ ଦାନ୍ତ ବେପାରୀ , ୪ କେଜି ୫୦୦ ଗ୍ରାମର ଦୁଇଟି ହାତୀଦାନ୍ତ ଜବତ

ଭୁବନେଶ୍ଵର: ଏସ୍‌ଟିଏଫ୍‌ ପଞ୍ଝାରେ ହାତୀଦାନ୍ତ ବେପାରୀ। ଡିଲ୍ ଚାଲିଥିବା ବେଳେ ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଅଞ୍ଚଳରୁ ୨ଟି ହାତୀ ଦାନ୍ତ ଜବତ କଲା ଏସ୍‌ଟିଏଫ୍‌। ଏହା ସହିତ ଜଣେ ବେପାରୀ ଗିରଫ ହୋଇଛନ୍ତି।

ସୂଚନାନୁଯାୟୀ, ହାତୀଦାନ୍ତ କାରବାର ନେଇ ବିଶେଷ ସୂତ୍ରରୁ ଖବର ପାଇ ଅନୁଗୁଳ ପୁରୁଣାକୋଟ ଅଞ୍ଚଳରେ ଏସ୍‌ଟିଏଫ୍‌ ଚଢଉ କରିଥିଲା। ଏହି ସମୟରେ ଏସଟିଏଫ୍ ୨ଟି ହାତୀ ଦାନ୍ତ ଜବତ କରିବା ସହ ଜଣେ ବେପାରୀଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଲେ ପୁରୁଣାକୋଟ ଅଞ୍ଚଳର ଦୁର୍ୟ୍ୟଧନ ପ୍ରଧାନ। ହାତୀ ଦାନ୍ତର ଓଜନ ୪ କେ.ଜି ୫୦୦ ଗ୍ରାମ୍ ହେବ ବୋଲି ସୂଚନା ମିଳିଛି। ତେବେ ୨୦୨୦ରୁ ଆଜି ଯାଏଁ ଏସ୍‌ଟିଏଫ୍‌ ଦ୍ଵାରା ୨୬ଟି ହାତୀଦାନ୍ତ ଜବତ କରାଯାଇଛି ।

nis-ad
Leave A Reply

Your email address will not be published.