ଅନୁପଯୁକ୍ତ ତାଲିମପ୍ରାପ୍ତ ପାଇଲଟ୍‌ଙ୍କ ଦ୍ୱାରା ବିମାନ ଅବତରଣ କରାଇଥିବାରୁ ଭିସ୍ତାରା ଉପରେ ୧୦ ଲକ୍ଷର ଜରିମାନା ଲାଗୁ କଲେ ଡିଜିସିଏ

ନୂଆଦିଲ୍ଲୀ: ବିମାନ ଚଳାଚଳ ସଂସ୍ଥା ଭିସ୍ତାରା ଜଣେ ଅନୁପଯୁକ୍ତ ତାଲିମପ୍ରାପ୍ତ ପାଇଲଟ୍‌ଙ୍କ ଦ୍ୱାରା ଏକ ଯାତ୍ରୀବାହୀ ବିମାନକୁ ଅବତରଣ କରାଇବା ଘଟଣା ଏବେ ଭିସ୍ତାରା ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଇନ୍ଦୋର ବିମାନବନ୍ଦରରେ ଯାତ୍ରୀମାନଙ୍କ ସହ ଏକ ଅନୁପଯୁକ୍ତ ତାଲିମପ୍ରାପ୍ତ ପାଇଲଟଙ୍କୁ ବିମାନ ଅବତରଣ କରିବାକୁ ଅନୁମତି ଦେଇଥିବାରୁ ବିମାନ ଚଳାଚଳ ନିୟାମକ (ଡିଜିସିଏ) ଗୁରୁବାର ଦିନ ଭିସ୍ତାରା ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲାଗୁ କରିଛି ବୋଲି ଅଧିକାରୀମାନେ କହିଛନ୍ତି।
ରିପୋର୍ଟରୁ ପ୍ରକାଶ, ବିମାନରେ ପ୍ରଥମ ଅଧିକାରୀ ଥିବା ପାଇଲଟ୍‌ ଆବଶ୍ୟକ ତାଲିମ ନପାଇ ଇନ୍ଦୋର ବିମାନବନ୍ଦରରେ ବିମାନ ଅବତରଣ କରିଥିଲେ ବୋଲି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟର ଅଧିକାରୀମାନେ କହିଛନ୍ତି। ଜଣେ ଅଧିକାରୀ କହିିଛନ୍ତି, ବିମାନରେ ଥିବା ଯାତ୍ରୀଙ୍କ ଜୀବନକୁ ବିପଦରେ ପକାଇବା ପାଇଁ ଏହା ଏକ ଗୁରୁତର ଉଲ୍ଲଂଘନ ଥିଲା। ବିମାନଟି କେଉଁଠାରୁ ଏବଂ ପ୍ରକୃତରେ କେବେ ଉଡ଼ାଣ କରିଥିଲା ତାହା ତୁରନ୍ତ ସ୍ପଷ୍ଟ ହୋଇପାରି ନାହିଁ।
ଉଲ୍ଲେଖଯୋଗ୍ୟ, ବିମାନର ପ୍ରଥମ ଅଧିକାରୀ ଥିବା ପାଇଲଟମାନଙ୍କୁ ପ୍ରଥମେ ବିମାନରେ ଯାତ୍ରୀମାନଙ୍କ ସହିତ ବିମାନ ଅବତରଣ କରିବା ପୂର୍ବରୁ ଏକ ସିମୁଲେଟରରେ ବିମାନ ଅବତରଣ କରିବାକୁ ତାଲିମ ନେବାକୁ ପଡଥାଏ। ପ୍ରଥମ ଅଧିକାରୀଙ୍କୁ ବିମାନ ତଳେ ଅବତରଣ କରିବାକୁ ଅନୁମତି ଦେବା ପୂର୍ବରୁ କ୍ୟାପଟେନମାନଙ୍କୁ ଏକ ସିମୁଲେଟରରେ ମଧ୍ୟ ତାଲିମ ଦିଆଯାଏ। କିନ୍ତୁ, ଇନ୍ଦୋର ବିମାନବନ୍ଦରରେ ଭିସ୍ତାରାର ଯାତ୍ରୀବାହୀ ବିମାନକୁ ଅବତରଣ କରାଇଥିବା ପ୍ରଥମ ଅଧିକାରୀ ସିମୁଲେଟରରେ ତାଲିମ ନେଇ ନଥିଲେ। କିନ୍ତୁ ପ୍ରଥମ ଅଧିକାରୀଭାବେ ଭିସ୍ତାରା ତାଙ୍କୁ ବିମାନବନ୍ଦରରେ ବିମାନ ଅବତରଣ କରିବାକୁ ଅନୁମତି ଦେଇଥିଲା ବୋଲି ଡିଜିସିଏ ଅଧିକାରୀମାନେ କହିଛନ୍ତି।
ତେଣୁ ଆବଶ୍ୟକ ତାଲିମ ନଥାଇ ପ୍ରଥମ ଅଧିକାରୀଙ୍କୁ ଯାତ୍ରାବାହୀ ବିମାନ ଅବତରଣ ପାଇଁ ମଞ୍ଜୁରୀ ପ୍ରଦାନ କରିଥିବାରୁ ଭିସ୍ତାରାକୁ ୧୦ ଲକ୍ଷ ଟଙ୍କାର ଜରିମାନାରେ ଦଣ୍ଡିତ କରାଯାଇଛି ବୋଲି ଡିଜିସିଏ ଅଧିକାରୀମାନେ କହିଛନ୍ତି।

nis-ad
Leave A Reply

Your email address will not be published.