ମାଓ ମୁକାବିଲା ସମୀକ୍ଷା ବୈଠକ : ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ମୂଳପୋଛ ହେବେ ନକ୍ସଲ

୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ମୂଳପୋଛ ହେବେ ନକ୍ସଲ । ମାଓବାଦୀଙ୍କୁ ଆଉ ସ୍ଥାନୀୟ ସମର୍ଥନ ମିଳୁନି କହିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅନେକ ସ୍ଥାନରେ ମାଓ ଉଗ୍ରବାଦ ଅନ୍ତିମ ଚରଣରେ ପହଞ୍ଚିଛି । ସୀମାନ୍ତରେ ଜଏଣ୍ଟ ଟାସ୍କ ଫୋର୍ସରେ ଭୂମିକା ପ୍ରଶଂସନୀୟ। ଦିଲ୍ଲୀ ବିଜ୍ଞାନ ଭବନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ବୈଠକରେ ନକ୍ସଲ ପ୍ରଭାବିତ ୮ଟି ଜିଲ୍ଲାର ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଓ ଡିଜିପି ଯୋଗ ଦେଇଥିଲେ। ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ତେଲଙ୍ଗାନା, ମହାରାଷ୍ଟ୍ର, ଓଡ଼ିଶା ଓ ମଧ୍ୟପ୍ରଦେଶର ମୁଖ୍ଯମନ୍ତ୍ରୀ ଯୋଗ ଦେଇଥିଲେ । ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମୁଖ୍ୟ ସଚିବ ମନୋଜ ଆହୁଜା ଓ ଡିଜିପି ୱାଇ ବି ଖୁରାନିଆ ଉପସ୍ଥିତ ଥିଲେ।

ସେହିପରି ମାଓ ପ୍ରଭାବିତ ଜିଲାର ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କ ଗୁରୁଦାୟିତ୍ୱ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।  ନକ୍ସଲ ମୁକାବିଲା ନେଇ ପ୍ରତି ମାସରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ସହ ପ୍ରତି ୧୫ଦିନରେ ଥରେ ସମୀକ୍ଷା କରିବେ ପୋଲିସ ଡିଜି । ଜିଲ୍ଲାସ୍ତରରେ ମାସକୁ ଥରେ ଯାଇ ସେଠାରେ ରାତ୍ରି ଯାପନ କରିବେ । ସୁରକ୍ଷା କର୍ମୀଙ୍କ ସହ ମିଶି ସେମାନଙ୍କ ମନୋବଳ ବଢାଇବେ ଡିଜିପି । ଗୃହମନ୍ତ୍ରୀଙ୍କ ସୂଚନା ଅନୁସାରେ ଜାନୁଆରୀରୁ ଏଯାବତ ମୋଟ ୧୯୪ ନକ୍ସଲଙ୍କୁ ନିପାତ କରାଯାଇଛି । ୮୦୧ ନକ୍ସଲ ଗିରଫ ଏବଂ ୭୪୨ଜଣ ଆତ୍ମସମର୍ପଣ କରିଛନ୍ତି ।  ଦେଶରେ ଏବ ନକ୍ସଲ ପ୍ରବଲ ଜିଲା ସଂଖ୍ୟା ୯୬ରୁ ୧୬କୁ ଫସିଥିବା ଅମିତ ଶାହ ସୂଚନା ଦେଇଛନ୍ତି । ୧୬ ଜିଲାର ୧୨୦ଥାନା ଅଞ୍ଚଳରେ ନକ୍ସଲ କାର୍ଯ୍ୟକଳାପ ଜାରି ରହିଛି । ଆଦିବାସୀ ଅଞ୍ଚଳରେ ବିକାଶର ମୁଖ୍ୟ ବାଧା ସାଜୁଛନ୍ତି ନକ୍ସଲ।  ସବୁଠାରୁ ଅଧିନ ମାନବାଧିକାର ହନନ ନକ୍ସଲଙ୍କ ଯୋଗୁଁଁ ହେଉଛି। ଏବେ ଅନ୍ତିମ ପ୍ରହାର କରି ଏହାକୁ ଶେଷ କରିବାକୁ ପଡ଼ିବ ବୋଲି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।

nis-ad
Leave A Reply

Your email address will not be published.