ଖୋର୍ଦ୍ଧା : ରସିକିଆ ଏଲଆଇସି ଏଜେଣ୍ଟର ୪ଟି ପତ୍ନୀ । ଜଣାପଡିବା ପରେ ଥାନାରେ ମାମଲା । ରସିକିଆ ସନ୍ତୋଷର ରହସ୍ୟ ଖୋଲିଲେ ୨ ପତ୍ନୀ। ଅଭିଯୋଗ ଅନୁଯାୟୀ ସନ୍ତୋଷର ରହିଛନ୍ତି ୪ ପତ୍ନୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଟାଙ୍ଗି ଥାନା ରତନପୁରରେ । ରସିକିଆ ଯୁବକ ସନ୍ତୋଷ ପେଶାରେ ଜଣେ ଏଲଆଇସି ଏଜେଣ୍ଟ । ବିଭିନ୍ନ ପ୍ରଲୋଭନ ଦେଖାଇ ଜଣକ ପରେ ଜଣକୁ ବିବାହ କରି କିଛି ଦିନ ଅନ୍ତରରେ ତାକୁ ଛାଡି ଅନ୍ୟ ଜଣଙ୍କୁ ବିବାହ କରୁଥିଲା ।
କିନ୍ତୁ ଦ୍ୱିତୀୟ ପତ୍ନୀଙ୍କୁ ଭରଣ ପୋଷଣ ନଦେବାରୁ ଅଭିଯୋଗ କରିଥିଲେ ଥାନାରେ । ଅଭିଯୋଗ ପରେ ବନ୍ଧା ହେଲେ ସନ୍ତୋଷ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅଧୀନସ୍ଥ ରତନପୁର ତାରିଣୀ ସାହିର ଯୁବକ ସନ୍ତୋଷ ବେହେରା । ତାଙ୍କର ୨ ସନ୍ତାନ ଅଛନ୍ତି । ଏହାର କିଛି ଦିନ ପରେ ଜଣେ ମୁସଲମାନ ଝିଅ ଆସି ସନ୍ତୋଷଙ୍କ ଘର ଦୁଆରରେ ବସି ଦାବି କରିଥିଲେ ୨ପତ୍ନୀ । ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ସମାଧାନ କରି ମୁସଲମାନ ଝିଅକୁ ବିଦାୟ କରିଥିଲେ । ତାର କିଛି ଦିନପରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳର ୩ୟ ପତ୍ନୀ ସୂର୍ଯ୍ୟକାନ୍ତିଙ୍କୁ ନିଜ ପ୍ରେମ ଜାଲରେ ଫସାଇ ବିବାହ କରିଥିଲା । ତାଙ୍କର ମଧ୍ୟ ଗୋଟିଏ ଝିଅ ଅଛି ।
ପୁଣି କିଛି ଦିନ ବ୍ଯବଧାନରେ ତାଙ୍କୁ ଦୁରେଇ ଦେଇଥିଲା । ତାକୁ ଭରଣ ପୋଷଣ ଦେବ ବୋଲି କହି ନଦେବାରୁ ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ୪ର୍ଥ ପତ୍ନୀ ସୁକାନ୍ତି ନାମକ ବିଧବା ମହିଳାଙ୍କୁ ନିଜ ଜାଲରେ ଫସାଇ ଭୁବନେଶ୍ୱର ଏକ ଘରୋଇ ରେଜିଷ୍ଟ୍ରେସନ ମ୍ୟାରେଜ ଅନୁଷ୍ଠାନରେ ଗତ ତା ୩/୫/୨୦୨୨ ରିଖ ଦିନରେ ବିବାହ କରିଛି । ଏଣୁ ପୂର୍ବ ୨ପତ୍ନୀ ଟାଙ୍ଗି ଥାନାରେ ପହଞ୍ଚି ନିଜର ଦୁଃଖ କାହାଣୀ ବଖାଣିଥିଲେ ଥାନା ଅଧିକାରୀଙ୍କ ନିକଟରେ । ଘଟଣାକୁ ଅନୁଧ୍ୟାନ କରି ପୋଲିସ ସନ୍ତୋଷ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସରକାରୀ ନିୟମ ଅନୁଯାୟୀ ହିନ୍ଦୁ ଧର୍ମ ମତେ ଜଣେ ବ୍ୟକ୍ତି ଜଣଙ୍କୁ ବିବାହ କରିପାରିବେ । ତାକୁ ସରକାରୀ ନିୟମ ଅନୁଯାୟୀ ଛାଡପତ୍ର ଦେବା ପରେ। ଅନ୍ୟ ଜଣଙ୍କୁ ବିବାହ କରିବା କଥା । ଏଣୁ ପୋଲିସ ତା ଉପରେ ତଦନ୍ତ କରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ଟାଙ୍ଗି ଗ୍ରାମ୍ୟ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଭାସ୍କର ପ୍ରସାଦ ମହାନ୍ତି ମତ ଦେଇଛନ୍ତି । ଏଭଳି ଘଟଣାକୁ ସ୍ଥାନୀୟ ବାସିନ୍ଦା ନିନ୍ଦା କରିବା ସହ ଭୁବନେଶ୍ୱରର ଯେଉଁ ଘରୋଇ ବିବାହ ସଂସ୍ଥାରେ ଚତୁର୍ଥ ପତ୍ନୀଙ୍କୁ ରେଜିଷ୍ଟ୍ରି ମ୍ୟାରେଜ କରିଛି ସନ୍ତୋଷ । ବିନା ତଦାରଖରେ ସେ ସଂସ୍ଥା କିପରି ବିବାହ ରେଜିଷ୍ଟ୍ରି ମ୍ୟାରେଜ କରାଉଛି । ତାରମଧ୍ୟ ତଦନ୍ତ କରିବା ଜରୁରୀ ବୋଲି ଦାବି କରିଛନ୍ତି ଅଚଳବାସୀ ।