ଶୌର୍ଯ୍ୟଚକ୍ରରେ ସମ୍ମାନିତ ସହିଦ୍ କମାଣ୍ଡୋ ପରିବାର ବର୍ଗଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ବର : ଶୌର୍ଯ୍ୟଚକ୍ରରେ ସମ୍ମାନିତ ହୋଇଥିବା ସହିଦ୍ କମାଣ୍ଡୋ ଦେବାଶିଷ ସେଠୀ ଓ ସୁଧୀର କୁମାର ଟୁଡୁଙ୍କ ପରିବାର ବର୍ଗଙ୍କୁ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଓଡ଼ିଶାର ଦୁଇଜଣ ବୀର ସହିଦଙ୍କୁ ଗତକାଲି ମରଣୋତ୍ତର ଭାବେ ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କରାଯାଇଥିଲା। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସହିଦ କମାଣ୍ଡୋ ଦେବାଶିଷ ସେଠୀ ଓ ସୁଧୀର ଟୁଡୁଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କରିଥିଲେ।

ଦେବାଶିଷଙ୍କ ବାପାମା’ ଏବଂ ସୁଧୀରଙ୍କ ମା’ ଏହି ମରଣୋତ୍ତର ସମ୍ମାନ ରାଷ୍ଟ୍ରପତିଙ୍କଠାରୁ ଗ୍ରହଣ କରିଥିଲେ। ଦିଲ୍ଲୀରୁ ପୁରସ୍କାର ଗ୍ରହଣ କରି ଫେରିବା ପରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ସେମାନଙ୍କ ପରିବାର ବର୍ଗଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ।

ସୂଚନାଯୋଗ୍ୟେ, ସାହସିକତା ଓ ବୀରତ୍ୱ ପାଇଁ ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଲକ ବାଘଡା ପଞ୍ଚାୟତ ସାନଭଦୁଆ ଗ୍ରାମର ଏସଓଜି କମାଣ୍ଡୋ ଥିଲେ ସହିଦ ସୁଧୀର ଟୁଡୁ। କନ୍ଧମାଳ ସୀମାନ୍ତ ସିର୍କୀ ଜଙ୍ଗଲରେ ମାଓବାଦୀଙ୍କ ସହିତ ଗୁଳି ବିନିମୟରେ ୨୦୨୦ ସେପ୍ଟେମ୍ବର ୯ ତାରିଖରେ ଦେଶମାତୃକା ସେବାପାଇଁ ସୁଧୀର ଟୁଡୁ ସହିଦ ହୋଇଥିଲେ। ତାଙ୍କର ଅପୂର୍ବ ବୀରତ୍ୱ ପ୍ରଦର୍ଶନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ୧୫ ଅଗଷ୍ଟ ୨୦୨୧ରେ ସ୍ୱାଧୀନତା ଦିବସରେ ମରଣୋତ୍ତର ‘ଶୌର୍ଯ୍ୟଚକ୍ର’ ଘୋଷଣା କରାଯାଇଥିଲା। ସହିଦ ସୁଧୀରଙ୍କ ମା ଜଉନା ଟୁଡୁଙ୍କୁ ଏହି ଶୌର୍ଯ୍ୟଚକ୍ର ଗ୍ରହଣ କରିଥିଲେ। ସେହିପରି ସହିଦ ଦେବାଶିଷ ସେଠୀ ଏସଓଜି କମାଣ୍ଡର ଥିଲାବେଳେ ସହିଦ ହୋଇଥିଲେ। ତାଙ୍କ ବାପା ସନାତନ ସେଠୀ ଏହି ସମ୍ମାନ ଗ୍ରହଣ କରିଥିଲେ।

nis-ad
Leave A Reply

Your email address will not be published.