ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ବ୍ରାହ୍ମଣୀଗାଁ ସରପଞ୍ଚ ପାନୀୟ ଜଳ, ବିଦ୍ୟୁତ ଓ ନେଟୱାର୍କ ସମସ୍ୟା ନେଇ ଲିଖିତ ଅଭିଯୋଗ କଲେ

ଦାରିଙ୍ଗବାଡ଼ି, ୧/୬ : କନ୍ଧମାଳ ଜିଲ୍ଲାର ସର୍ଵ ବୃହତ ବ୍ଲକ ଦାରିଙ୍ଗବାଡି। ଦାରିଙ୍ଗବାଡ଼ି ବ୍ଲକ ମହକୁମା ପରେ ବ୍ଲକର ଦ୍ୱିତୀୟ ବୃହତମ ବଜାର ବ୍ରାହ୍ମଣୀଗାଁ। ଏହି ବ୍ଲକ ଅଧିନସ୍ତ ୮ଗୋଟି ଗ୍ରାମପଞ୍ଚାୟତ ସହିତ ଗଜପତି ଜିଲା ମୋହନା ବ୍ଲକ ଅଧିନ ପାଣିଗଣ୍ଡା, କଟମା, ଗର୍ଡମା ପଞ୍ଚାୟତ ବାସୀଙ୍କ ସମେତ ରାୟଗଡା ଜିଲ୍ଲା ଚନ୍ଦରପୁର ବ୍ଲକର କିଛି ଅଞ୍ଚଳ ବାସୀ ଓ ଗଞ୍ଜାମ ଜିଲା ସୋରଡା ବକ ଅଧିନସ୍ତ ସଲିମାଗୋଛା ପଞ୍ଚାୟତ ବାସୀ ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟାଙ୍କ କାମ ସହିତ ନିତ୍ୟବ୍ୟହାର୍ଯ୍ୟ ଅତ୍ୟାବସାକୀୟ ସାମଗ୍ରୀ ପାଇଁ ବ୍ରାହ୍ମଣୀଗାଁ ବଜାର ଉପରେ ନିର୍ଭର କରି ଆସୁଛନ୍ତି। ହେଲେ ପାନୀୟ ଜଳ, ବିଦ୍ୟୁତ ସମସ୍ୟା ସହିତ ନେଟୱାର୍କ ସମସ୍ୟା ଲାଗି ରହୁଥିବାରୁ ସର୍ବସାଧାରଣ ନାହିଁ ନଥିବା ଅସୁବିଧାର ସମୁଖୀନ ହୋଇ ଆସୁଛନ୍ତି। ଏହି ସବୁ ସମସ୍ୟାନେଇ ଅଞ୍ଚଳର ମହିଳା ସଙ୍ଘ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜିଲା ପ୍ରଶାସନ ସହିତ ସାଂସଦ ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରି ଆସିବା ସହିତ ବିଭିନ୍ନ ସମୟରେ ରାଲି ସହିତ ବଜାର ବନ୍ଦ ଡାକରା ଦେଇ ଆସିଛନ୍ତି। କିନ୍ତୁଆଜି ସୁଧା କିଛି ସୁଫଳ ପାଇନଥିବାରୁ ଜିଲା ପ୍ରଶାସନ ସହିତ ରାଜ୍ୟ ସରକାର ଅଣ ଦେଖା କରି ଆସୁଛନ୍ତି ବୋଲି ସର୍ଵ ସାଧାରଣରେ ଆଲୋଚନା ହେଉଥିବା ଜଣାପଡିଛି। ଏହିପରିକି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଓ ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ବହୁ ବାର ପାନୀୟ ଜଳ, ବିଦ୍ୟୁତ ଓ ନେଟୱାର୍କ ସମସ୍ୟାର ସମାଧାନ ନେଇଁ ପ୍ରତିଶୃତି ମଧ୍ୟ ଦେଇ ଆସିଛନ୍ତି, ହେଲେ ବିଧାୟକ ଓ ସାଂସଦଙ୍କ ଶାସନ କାଳ ପୁରିବାକୁ ଆଉ ପ୍ରାୟ ଦୁଇ ବର୍ଷ ବାକି ଅଛି। ଅଞ୍ଚଳ ବାସୀଙ୍କ ସମସ୍ୟା ଆଯଯାଏ ସମାଧାନ ହୋଇ ପାରିନାହିଁ। ଏଣୁ ସର୍ଵ ସାଧାରଣରେ ରାଜ ନେତାଙ୍କ ପ୍ରତିଶୃତି ସବୁ ପାଣିରେ ଗାର ଟାଣିବା ସଦୃଶ୍ୟ ବୋଲି ଗ୍ରାମାଞ୍ଚଳରେ ଚର୍ଚ୍ଚା ହେଉଥିବା ଜଣାପଡିଛି। ଏହିସବୁ ଦୃଷ୍ଟିରୁ ବ୍ରାହ୍ମଣୀଗାଁ ସରପଞ୍ଚ ସଂଯୁକ୍ତା ମଲିକ ଗତକାଲି ହୋଇଥିବା ଜିଲା ପାଳଙ୍କ ଅଭିଯୋଗ ଶୁଣାଣୀରେ ଏହି ତିନି ଗୋଟି ସମସ୍ୟାର ସମାଧାନ କରାଯିବା ପାଇଁ ଲିଖିତ ଅଭିଯୋଗ କରିଥିବା ଜଣା ପଡ଼ିଛି।

nis-ad
Leave A Reply

Your email address will not be published.