ସ୍ପର୍ଶ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

ଭୁବନେଶ୍ୱର: ପ୍ରତି ବର୍ଷ ମେ ୩୧ ତାରିଖକୁ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସଂସ୍ଥା ଦ୍ୱାରା ବିଶ୍ୱ ତମାଖୁ ବର୍ଜନ ଦିବସ ରୂପେ ପାଳନ କରାଯାଏ । ଭାରତର ଗ୍ଲୋବାଲ୍ ଆଡ଼ଲ୍ଟ୍ ତମାଖୁ ସର୍ଭେ ୨୦୧୬-୨୦୧୭ ସର୍ବେକ୍ଷଣ ବିବୃତିରୁ ଜଣାପଡ଼ିଛି ଯେ, ୨୬୭ ମିଲିଅନ୍ ଯାହାକି ଶତକଡ଼ା ୨୯% ବୟଷ୍କ ବ୍ୟକ୍ତି ବିଭିନ୍ନ ପ୍ରକାରର ତମାଖୁ ବ୍ୟବହାର କରନ୍ତି ।

ମୁଖ୍ୟତଃ ଭାରତରେ ବହୁଳ ଭାବରେ ବ୍ୟବହାର କରାଯାଉଥିବା ତମାଖୁ ଧୂମବିହୀନ ଅଟେ ଯାହାକି ଖଇନି, ଗୁଟକା, ପାନ, ପାନ ମିଶ୍ରିତ ମସଲା ଏବଂ ଜରଦା । ଧୂମଯୁକ୍ତ ତମାଖୁ ଗୁଡ଼ିକ ହେଲା ବିଡ଼ି, ସିଗାରେଟ୍ ଏବଂ ହୁକା ।

ତମାଖୁ ସେବନର ଭୟାବହ ପରିଣାମ ବିଷୟରେ ସମାଜକୁ ଅବଗତ କରାଇବା ଏବଂ ନିଶାମୁକ୍ତ ସମାଜ ଗଠନ ପାଇଁ ଲୋକମାନଙ୍କ ମନରେ ସଚେତନତା ଆଣିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ସ୍ପର୍ଶ ହସ୍ପିଟାଲ୍ ଦୀର୍ଘ ୧୫ ବର୍ଷ ଧରି ତମାଖୁ ମୁ୍‌କ୍ତ ଦିବସ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଆସୁଅଛି । ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ୩୧ମେ ୨୦୨୨(ମଙ୍ଗଳବାର) ସ୍ପର୍ଶ ହସ୍ପିଟାଲ ଏବଂ ମେଡ଼ିକାବଜାର (ଗରୟସଳବଭବଚ୍ଛବବକ୍ସ)ସହଯୋଗରେ ବିଶ୍ୱ ତମାଖୁ ବର୍ଜନ ଦିବସ ଏହାର ସହିଦ୍ ନଗର ଏବଂ କଣ୍ଟାବାଡ଼ ସ୍ଥିତ ଉଭୟ ହସ୍ପିଟାଲ୍‌ରେ ପାଳନ କରାଯାଇଛି । ଏହି ଅବସରରେ ଏକ ସଚେତନତା ପଦଯାତ୍ରା ମାଷ୍ଟରକ୍ୟାଣ୍ଟିନ୍ ଛକ ଠାରୁ ସ୍ପର୍ଶ ହସ୍ପିଟାଲ୍ ଏବଂ କଣ୍ଟାବାଡ଼ ହସ୍ପିଟାଲ୍‌ର କାଟେଣି ଛକଠାରୁ କଣ୍ଟାବାଡ଼ ସ୍ଥିତ ହସ୍ପିଟାଲ୍ ପର୍ଯ୍ୟନ୍ତ ଆସିଥିଲା । ଏହି ପଦଯାତ୍ରାରେ ଉଭୟ ହସ୍ପିଟାଲ୍‌ରୁ ପ୍ରାୟ ୭୦୦ରୁ ଉର୍ଦ୍ଦ ଡ଼ାକ୍ତର, ହସ୍ପିଟାଲର କର୍ମଚାରୀ ସହିତ ମୁଖ ଗହ୍ୱର କର୍କଟ ରୋଗରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିବିଶେଷମାନେ ଯୋଗଦାନ ଦେଇ ଏହି ଦିବସର ମାହାତ୍ମ୍ୟ ଏବଂ ମାଦକ ଦ୍ରବ୍ୟ ପ୍ରତି ସଚେତନ ରହିବାର ସନ୍ଦେଶକୁ ଲୋକମାନଙ୍କ ମଧ୍ୟରେ ପହଞ୍ଚାଇଥିଲେ ।

ଏହି ଅବସରରେ ମାଷ୍ଟ୍ରକ୍ୟାଣ୍ଟିନ୍ ଠାରେ ଆୟୋଯିତ ପଦଯାତ୍ରାରେ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା,MLA, ଭୁବନେଶ୍ୱର ସେଣ୍ଟ୍ରାଲ, ଶ୍ରୀମତୀ ସୁଲୋଚନା ଦାସ (ମେୟର ଭୁବନେଶ୍ୱର), କର୍ପୋରେଟର ଶ୍ରୀ ରାଜ କିଶୋର ଦାସ, ବିଶିଷ୍ଠ ହକି ଖେଳାଳି ଶ୍ରୀ ଦିଲ୍ଲିପ ତୀର୍କି, ESIC ର Regional Director ଶ୍ରୀ ପାର୍ଥସାରଥୀ ପଣ୍ଡା ଏବଂ ତାଙ୍କ ସହକର୍ମଚାରୀ ବୃନ୍ଦ, ଓଡ଼ିଶା ସିନେ ଜଗତର ପ୍ରଖାତ ଅଭିନେତା ଶ୍ରୀ ସବ୍ୟସାଚ୍ଚୀ ମିଶ୍ର ଓ ଅଭିନେତ୍ରୀ ଶ୍ରୀମତୀ ଅର୍ଚ୍ଚିତା ସାହୁ, TCS,Bhubaneswar ର ମାନବ ସମ୍ବଳ ବିଭାଗର ମୁଖ୍ୟ ଏବଂ ତାଙ୍କ କର୍ମଚାରୀ ବୃନ୍ଦ, ବିଡ଼ଏ କଲୋନି ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର scout & Guide ର ପିଲାମାନେ, ସ୍ପର୍ଶ ହସ୍ପିଟାଲର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଡ଼ା. ପ୍ରିୟବ୍ରତ ଧୀର, ବିତ୍ତ ନିର୍ଦ୍ଦେଶକ ବିଧ ୁଭୂଷଣ ନାୟକ ଯୋଗ ଦେଇଥିଲେ ।

ଏହି ଅବସରରେ କାଟେଣି ଛକ ଠାରୁ ଆୟୋଯିତ ପଦଯାତ୍ରାରେ ନିର୍ମଳା ଟ୍ରଷ୍ଟର ପ୍ରତିଷ୍ଠାତା ଶ୍ରୀଯୁକ୍ତ ନୃସିଂହ ଚରଣ ଧୀର, ସ୍ପର୍ଶ ହସ୍ପିଟାଲ୍‌ର କାର୍ଯ୍ୟନିର୍ବାହୀ ତଥା କର୍କଟ ବିଶେଷଜ୍ଞ ପ୍ରଫେସର ଡ଼ା. ଘନଶ୍ୟାମ ବିଶ୍ୱାସ, ହସ୍ପିଟାଲ୍‌ର କାର୍ଯ୍ୟସମ୍ପାଦକ ଶ୍ରୀ ଶରତ ଚନ୍ଦ୍ର ଭଞ୍ଜ, ମୁଖ୍ୟ କାର୍ଯ୍ୟସମ୍ପାଦକ ଶ୍ରୀ ଚିନ୍ମୟ ମହାପାତ୍ର, କଣ୍ଟାବାଡ଼ ସରପଞ୍ଚ ଶ୍ରୀ ଭାବଗ୍ରାହି ସାହୁ, ଚନ୍ଦକା ସରପଞ୍ଚ ଶ୍ରୀ ଅଜୟ ବେହେରା, ଚନ୍ଦକାର ପୂର୍ବତନ ସରପଞ୍ଚ ଡ଼. ବିରଜାପ୍ରସାଦ ସାମନ୍ତରାୟ, ମେଣ୍ଢାଶାଳ ସରପଞ୍ଚ ଶ୍ରୀମତି କୌଶଲ୍ୟା ବଳିୟାରସିଂହ, ଛତାବର ସରପଞ୍ଚ ଶ୍ରୀ ବିଷ୍ଣୁପ୍ରସାଦ ଡ଼େଙ୍ଗ, ମଳିପଡ଼ା ସରପଞ୍ଚ ଶ୍ରୀ ସୁନିଲ୍ ମୁଦୁଲି, ସମାଜସେବୀ ଶ୍ରୀ ଡ଼ାକ୍ତର ବେହେରା, ଗ୍ରାମ୍ୟଉନ୍ନୟନ ସେକ୍ରେଟାରୀ ଶ୍ରୀ ନରେନ୍ଦ୍ର କୁମାର ସାହୁ, ନେତାଜି ୟୁଥ କ୍ଲବ୍‌ର ଶ୍ରୀ ଦିଲିପ୍ କୁମାର ମାର୍ଥା, ଏବଂ ହସ୍ପିଟାଲ୍‌ର କର୍ମଚାରୀମାନେ ଯୋଗ ଦେଇଥିଲେ ।

nis-ad
Leave A Reply

Your email address will not be published.