ମହାରାଷ୍ଟ୍ରରୁ ଶନି ଯିବା ଉଚିତ: ନବନୀତ ରାଣା

ଅମରାବତୀ: ଶନିବାର ସ୍ୱାଧୀନ ସାଂସଦ ନବନୀତ ରାଣା ଅମରାବତୀକୁ ଫେରିଛନ୍ତି। ସଂସଦୀୟ ସ୍ୱାଧିକାର କମିଟି ସମ୍ମୁଖରେ ନିଜ ପକ୍ଷ ରଖିବାର ମାସକ ପରେ ନବନୀତ ମହାରାଷ୍ଟ୍ର ଫେରିଛନ୍ତି। ଘର ବାହୁଡ଼ିବା ପରେ ସେ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରି ତାଙ୍କୁ ‘ଶନି’ ବୋଲି ଆକ୍ଷେପ କରିଛନ୍ତି। ନବନୀତ ପଚାରିଛନ୍ତି, ମହାରାଷ୍ଟ୍ରରେ ରାମ ଏବଂ ହନୁମାନଙ୍କୁ କାହିଁକି ବିରୋଧ କରାଯାଉଛି। ରାଜ୍ୟରେ ହିନ୍ଦୁ ଦେବତାଙ୍କୁ ଅପମାନିତ କରାଯାଉଥିବା ସେ ଅଭିଯୋଗ କରିଛନ୍ତି।
ସେ କହିଛନ୍ତି ଯେ, ମୁଁ ଶାନ୍ତିପୂର୍ଣ୍ଣ ଭାବରେ ଦିଲ୍ଲୀରେ ହନୁମାନ ଚାଳିଶା ପାଠ ପରିତାଳନା କରିଥିଲା । ସେଠାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଥିଲା। ମୋର କୌଣସି ଅସୁବିଧା ହୋଇ ନଥିଲା। ହେଲେ ମହାରାଷ୍ଟ୍ରରେ ହନୁମାନ ଚାଳିଶା ପାଠ କରିବାରେ କଣ ସମସ୍ୟା ହେଉଛି ମୁଁ ବୁଝି ପାରୁନି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ସମ୍ମୁଖରେ ହନୁମାନ ଚଳିଣା ଜପ କରିବା ଚେତାବନୀ ଦେଇ ଗିରଫ ହୋଇଥିଲେ ନବନୀତ।
ଗତକାଲି ସେ ଗଣମାଧ୍ୟମକୁ ବିବୃତ୍ତି ଦେଇ କହଥିଲେ ଯେ, ଆଜି ହେଉଛି ଶନିବାର। ଶନି କହିଲେ ବିପଦକୁ ବୁଝାଏ। । ତେଣୁ ଶନି ମହାରାଷ୍ଟ୍ର ଛାଡିବା ଆବଶ୍ୟକ। ଏହା କହି ସେ ମହାରାଷ୍ଟ୍ର ସରକାରଙ୍କୁ ପରକ୍ଷରେ ଆକ୍ଷେପ କରିଛନ୍ତି । ଶନିବାର ସାଂସଦ ନବନୀତ ରାଣା ଏବଂ ତାଙ୍କ ବିଧାୟକ ସ୍ୱାମୀ ରବି ରାଣା ମହାରାଷ୍ଟ୍ର ଫେରିବା ଅବସରେ ଅମରାବତୀରେ ବିଭିନ୍ନ ସ୍ଥାନରେ ସେମାନଙ୍କ ଉଦ୍ଦେଶ୍ୟରେ ପୋଷ୍ଟର ଲାଗିଥିଲା। ସେଥିରେ ଉଭୟଙ୍କୁ ଧର୍ମରକ୍ଷକ ବୋଲି ସମ୍ବୋଧିତ କରାଯାଥିଲା। ବ୍ୟାନରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବରିଷ୍ଠ ବିଜେପି ନେତାଙ୍କ ଫଟୋ ରହିଥିଲା। ସେହିପରି ନବନୀତି ରାଣା ବାଇକ୍ ରାଲି ସହ ପ୍ରଭୁ ହନୁମାନଙ୍କ ଆରତୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମ ଜରିଆରେ ରାଣା ଦମ୍ପତି ଶକ୍ତି ପ୍ରଦର୍ଶନ କରୁଥିବା ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.