ଷ୍ଟଡି ଟୁରରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ LBSNAAର IAS ପ୍ରୋବେସନର

ଭୁବନେଶ୍ୱର : ଓଡ଼ିଶାକୁ ଷ୍ଟଡି ଟୁରରେ ଆସିଥିବା ୧୮୧ ଆଇଏଏସ ପ୍ରୋବେସନର ଓ ରୟାଲ ଭୁଟାନ ସିଭିଲ ସର୍ଭିସ ପ୍ରୋବେସନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସିଭିଲ ସର୍ଭିସ ପ୍ରଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହିତ କରିଛନ୍ତି । ଚାକିରି ରେ ଉତ୍କର୍ଷତା ହାସଲକରି ଦେଶ ସେବା କରିବାକୁ ଆହ୍ୱାନ ଦେଇଛନ୍ତି ।

ମୁସୋରୀ ସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନର ଭାରତ ଦର୍ଶନ କାର୍ଯ୍ୟକ୍ରମ ଅଧୀନରେ ଆଇଏଏସ ପ୍ରୋବେସନରମାନେ ଓଡ଼ିଶାକୁ ଷ୍ଟଡି ଟୁରରେ ଆସିଛନ୍ତି । ସମସ୍ତ ଅଫିସର ଙ୍କୁ ସ୍ୱାଗତ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି , ଆପଣ ସମସ୍ତେ ନିଜ ଜୀବନର ଏକ ଗୁରୁତ୍ୱପୁର୍ଣ୍ଣ ଅଧ୍ୟାୟରେ ପହଁଚିଛନ୍ତି । ଯୁବ ଅଧିକାରୀ ଙ୍କ ଠାରୁ ଦେଶ ବହୁତ କିଛି ଆଶା ରଖିଛି । ୫ଟି ମଡେଲ କୁ ନଜରରେ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ , ଓଡିଶା ହେଉଛି ପ୍ରଥମ ରାଜ୍ୟ ଯାହାକି ଅନେକ କ୍ଷେତ୍ର ରେ ଆଗକୁ ବଢିଛି । ଏକ ପରିବର୍ତ୍ତନ ଶୀଳ ଶାସନ ମଡେଲକୁ ଓଡିଶା ଗ୍ରହଣ କରିଛି । ଗ୍ରାମାଞ୍ଚଳର ବିକାଶ , ଗୃହ , ଦକ୍ଷତା ବିକାଶ, କ୍ରୀଡା, ଶିଳ୍ପ ବିକାଶ , ଖଣି , ପର୍ଯ୍ୟଟନ , ଐତିହ୍ୟ, ସରଂକ୍ଷଣ, ସଡକ ବିକାଶ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ପରିବର୍ତ୍ତନ ଶୀଳ ପଦକ୍ଷେପ ଗ୍ରହଣ କରିଛି । ଦିନେ ଓଡିଶା ଦାରିଦ୍ର‌୍ୟ ଏବଂ ବିପର୍ଯ୍ୟୟ ରାଜ୍ୟ ଭାବେ ଓଡିଶା ଜଣାଶୁଣା ଥିଲା । କିନ୍ତୁ ଆଜି ସମଗ୍ର ବିଶ୍ୱ ରେ ଓଡିଶା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ର ରେ ଆଦର୍ଶ ରାଜ୍ୟ ଭାବେ ପରିଗଣିତ ହୋଇଛି । ମିଶନ୍ ଶକ୍ତି ଅଧିନରେ ୬୦ ଲକ୍ଷ ମହିଳାଙ୍କୁ ସଶକ୍ତ କରାଯାଇଛି । ଗ୍ରାମାଞ୍ଚଳରେ ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନ ଆସିଛି । କାଳିଆ ଯୋଜନା ମାଧ୍ୟମରେ କ୍ଷୁଦ୍ର ଚାଷୀ ଙ୍କ ଆକାଉଣ୍ଟ କୁ ସିଧାସଳଖ ଟଙ୍କା ପଠାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଆଉ ଏକ ମାଇଲଖୁଣ୍ଟ ଓଡିଶା ଛୁଇଁଛି । ସ୍ୱାସ୍ଥ୍ୟ ଭିତ୍ତି ଭୂମି ସୁଦୃଢ ହୋଇଛି । ପୁରୀରେ ସମସ୍ତ ଅଂଚଳରେ ଟ୍ୟାପ ମାଧ୍ୟମରେ ପାନୀୟ ଜଳ ଯୋଗାଣର ସୁବିଧା ହୋଇଛି ।

ଯାହାକି ଆଗାମୀ ଦିନରେ ରାଜ୍ୟର ଅନ୍ୟ ସହରରେ ଏହି ସୁବିଧା କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଲବିଏସଏନଏଏ ର ଯୁଗ୍ମ ନିର୍ଦ୍ଦେଶିକା ରାଧିକା ରସ୍ତୋଗୀ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ସହ ରାଜ୍ୟର ଗୈାରବକୁ ପ୍ରତିନିଧିତ୍ୱ କରୁଥିବା ଏକ ସ୍ମୃତି କୁ ପ୍ରେଜେଣ୍ଟ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ସେ ମଧ୍ୟ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ତାଙ୍କ ଅଭିଭାଷଣ ରେ କହିଛନ୍ତି କି , ଓଡିଶା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ରାଜ୍ୟମାନଙ୍କ ମଧ୍ୟରୁ ଅନ୍ୟତମ । ଆର୍ଥିକ ଦୃଷ୍ଟିରୁ ମଧ୍ୟ ସର୍ବୋତ୍ତମ ପରିଚାଳିତ ରାଜ୍ୟ । କୋଭିଡ ସମୟରେ ସର୍ବନିମ୍ନ ମୃତ୍ୟୁ ହାର ଓଡିଶାକୁ ଏକ ଶ୍ରେଷ୍ଠ ରାଜ୍ୟ ଭାବରେ ପରିଣତ କରିଥିଲା । ରାଧିକା ରସ୍ତୋଗୀ କହିଛନ୍ତି ଯେ ପରୀକ୍ଷା ମୂଳକ ଶିକ୍ଷଣ ଉପରେ ଅଭିଜ୍ଞତା ଅଧିକ ପ୍ରଭାବ ପଡିବ । ଆସନ୍ତା ୩ ଦିନ ମଧ୍ୟରେ ଓଡିଶା ର ସଫଳତାରୁ ଅନେକ କିଛି ଶିଖିବାକୁ ପାଇବେ । ଏହି କାର୍ଯ୍ୟକ୍ରମ ରେ ଡିଜି ଗୋପବନ୍ଧୁ ଏକାଡେମୀ , ସ୍ମୃତି ରଂଜନ ଚୋପ୍ରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ମୁଖ୍ୟ ଶାସନ ସଚିବ ବିଶାଲ ଦେବ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଷ୍ଟଡି ଟୁରରେ ଆଇଏଏସ ପ୍ରୋବେସନରମାନେ ଢ଼େଙ୍କାନାଳ, ଅନୁଗୁଳ, ଗଞ୍ଜାମ, ଜଗତସିଂହପୁର, କେଉଁଝର ଓ ବାଲେଶ୍ୱର ଆଦି ୬ଟି ଜିଲ୍ଲା ପରିଦର୍ଶନ କରିବେ । ଏହି ସବୁ ଜିଲ୍ଲା ପରିଦର୍ଶନ କରି ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମ ତଥା ରାଜ୍ୟ ଦ୍ୱାରା ଆରମ୍ଭ ହୋଇଥିବା ବିକାଶ ତଥା ଜୀବିକା ନିର୍ବାହ ଯୋଜନାରେ ସେମାନଙ୍କର ପ୍ରଥମ ଅଭିଜ୍ଞତା ରହିବ ।

nis-ad
Leave A Reply

Your email address will not be published.