ଏକତରଫା ପ୍ରେମ ପରେ ଦୁଷ୍କର୍ମ ଅଭିଯୋଗ, ପ୍ରେମିକ ଗିରଫ

ଭବାନୀପାଟଣା: ଏକତରଫା ପ୍ରେମର କରୁଣ ପରିଣତି । ପ୍ରଥମେ ଏକ ତରଫା ପ୍ରେମ କରି ବିଫଳ ହେବା ପରେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ବନ୍ଧା ହେଲେ ଯୁବକ । କଳାହାଣ୍ତି ଜିଲ୍ଲା ଧର୍ମଗଡରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା । ସୂଚନା ଅନୁଯାୟୀ, କଳାହାଣ୍ତି ଜିଲ୍ଲା ଧର୍ମଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାକୁ ଟୁରି ହଳଦୀ ଗାଁର ଜଣେ ଯୁବକ ଏକ ତରଫା ପ୍ରେମ ନିବେଦନ କରିଥିଲା ।

ବାରମ୍ବାର ପ୍ରେମ ନିବେଦନ କରି ଯୁବକ ଜଣଙ୍କ ବିଫଳ ହେବାପରେ ଗତ ୨୫ ତାରିଖ ସଂନ୍ଧ୍ୟାରେ ନାବାଳିକା ଗାଁ ଶେଷ ମୁଣ୍ଡରେ ଥିବା ଏକ ପୋଖରୀକୁ ଯାଇଥିବା ସମୟରେ ଯୁବକ ଜଣକ ନାବାଳିକାକୁ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପରେ ଏନେଇ ନାବାଳିକା ଜଣକ ନିଜ ପରିବାର ଲୋକଙ୍କୁ ସଂପୂର୍ଣ୍ଣ ଘଟଣା ସମ୍ପର୍କରେ ଜଣାଇଥିଲେ ।

ପରିବାର ଲୋକେ ଧର୍ମଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଥିବା ଜଣାପଡ଼ିଛି । ଅଧିକ ପଚାରଉଚୁରା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ପୋଲିସ ସୂଚନା ଦେଇଛି ।

nis-ad
Leave A Reply

Your email address will not be published.