କେଜିଏଫ୍‌-୨ ଦେଖି ପୁଳାପୁଳା ସିଗାରେଟ୍ ଟାଣି ହସ୍‌ପିଟାଲରେ ଭର୍ତ୍ତି ହେଲେ ନାବାଳକ

ହାଇଦ୍ରାବାଦ: କମୁନି କେଜିଏଫ୍‌ କ୍ରେଜ୍‌। ଫିଲ୍ମ ରିଲିଜକୁ ଦୁଇ ମାସରୁ ଅଧିକ ସମୟ ବିତି ଯାଇଥିଲେ ବି ଦର୍ଶକଙ୍କୁ କେଜିଏଫ୍‌-୨ ନିଶା ଘାରିଛି। ରକି ଭାଇଙ୍କ ଆକ୍ସନ, ଷ୍ଟାଇଲ୍‌ ଓ ତାଙ୍କ ଡାଏଲଗ୍‌ ସମସ୍ତଙ୍କୁ କରିଛି ମତୁଆଲା। ନିକଟରେ ରକି ଭାଇ ଓରଫ୍‌ ଅଭିନେତା ୟଶ୍‌ଙ୍କ ଜଣେ ୧୫ ବର୍ଷୀୟ ଫ୍ୟାନ୍‌ ତାଙ୍କ ଉପରେ ଫିଦା ହୋଇଯାଇଛି। ରକି ଭାଇଙ୍କ ଷ୍ଟାଇଲ୍‌କୁ କପି କରି ସେ ଟାଣି ନେଇଛି ପୁଳାପୁଳା ସିଗାରେଟ୍‌। ଏହା ପରେ ଉକ୍ତ ନାବାଳକଙ୍କ ଅବସ୍ଥା ବିଗିଡି ଯାଇଛି।
ହାଇଦ୍ରାବାଦର ଜଣେ ୧୫ ବର୍ଷୀୟ ନାବାଳକ। ତାକୁ ଘାରିଥିଲା କେଜିଏଫ୍‌-୨ ନିଶା। ଏଥିପାଇଁ ସେ ଦୁଇ ଦିନରେ ଏହି ଫିଲ୍ମକୁ ତିନି ଥର ଲଗାତର ଦେଖିଥିଲ। ଫିଲ୍ମ ଦେଖିବା ପରେ କେଜିଏଫର ଲିଡ୍‌ ଅଭିନେତା ୟଶ୍‌ଙ୍କ ପ୍ରେମରେ ପଡିଯାଇଥିଲା ନାବାଳକ। ଫିଲ୍ମରେ ୟଶ୍‌ଙ୍କ ସିଗାରେଟ୍‌ ଟାଣିବା ତାକୁ ବେଶ୍‌ ପ୍ରଭାବିତ କରିଥିଲା। ଏହାପରେ ନାବାଳକ ଜଣ ଏକାଥରକେ ପୂରା ପ୍ୟାକେଟ୍‌ ସିଗାରେଟ୍‌ ଟାଣି ନେଇଥିଲା।
ପୂରା ପ୍ୟାକେଟ୍‌ ସିଗାରେଟ୍‌ ଟାଣିବା ପରେ ଉକ୍ତ ନାବାଳକର ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ତାକୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥିଲା। ଏପରିକି ତା ଗଳାରେ ଭିଷଣ ଯନ୍ତ୍ରଣା ହୋଇଥିଲା। ଏହାପରେ ପରିବାର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଅଧିକ ସ୍ୱାସ୍ଥ୍ୟ ଗୁରୁତର ହେବା ପରେ ତାକୁ ପରିବାର ଲୋକେ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ଶନିବାର ଦିନ ଉକ୍ତ ନାବାଳକକୁ ହାଇଦ୍ରାବାଦର ସେଞ୍ଚରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ଉକ୍ତ ନାବାଳକ ଫ୍ୟାନ୍‌ର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା ଡାକ୍ତର କହିଛନ୍ତି। ଏଥିସହ ଫିଲ୍ମରେ ସିଗାରେଟ୍‌ ଓ ମଦ ପିଇବା ଭଳି ଦୃଶ୍ୟ ନ ଦେଖାଇବାକୁ ଫିଲ୍ମ ନିର୍ମାତାଙ୍କୁ ନିବେଦନ କରିଛନ୍ତି।

nis-ad
Leave A Reply

Your email address will not be published.