ଭାରତୀୟ ମାନବାଧିକାର ପରିଷଦ ପକ୍ଷରୁ ସଚେତନ ଶିବିର ଅନୁଷ୍ଠିତ।

ଦାରିଙ୍ଗବାଡ଼ି, (୨୮/୫) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ମାନବାଧିକାର ପରିଷଦ ପକ୍ଷରୁ ଏକ ସଚେତନତା ଶିବିର ହୋଟେଲ୍ ସ୍ନୋକ୍ରିକ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ BHRC ଅଧକ୍ଷ ଡ଼ଃ ପୂର୍ଣ୍ଣଚନ୍ଦ୍ର ସାହୁ , ସମ୍ମାନିତ ଅତିଥି ଭାବେ ଜାତୀୟ ସଭାପତି ଜବାହରଲାଲ ଓଝା, ରାଜ୍ୟ ସଭାପତି ନୀଳମାଧବ ମିଶ୍ର , ରାଜ୍ୟ ସଂଯୋଜକ ରଞ୍ଜିତ କୁମାର ନନ୍ଦ , ମାନବାଧିକାରୀ ଜିଲା ନମିତା ପରିଡ଼ା ଯୋଗଦେଇଥିଲେ। ଅତିଥିମାନେ ନିଜର ବକ୍ତବ୍ୟ ରେ ମାନବାଧିକାର ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ବ୍ଲକ ସଂଯୋଜକ ରଞ୍ଜନ ସିଂ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ନମିତା ( ମାଆ) ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ “ଉଦୟ ଭାରତ” ର ସଭାପତି ସୁବ୍ରତ ମନ୍ତ୍ରୀ ଓ ସମ୍ପାଦକ ବିଜୟଲଷ୍ମୀ ନାୟକ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ବିଳାସିନି ନାୟକ , ସମିତି ସଭ୍ୟ କାଳି ପ୍ରସାଦ ମଳିକ ସମେତ ଜିଲ୍ଲାର ଶତାଧିକ ମହିଳା ଓ ପୁରୁଷ ଶିବିରରେ ଯୋଗ ଦେଇଥିଲେ ।

nis-ad
Leave A Reply

Your email address will not be published.