ଜଗଦଗୁରୁ ଶଙ୍କରାଚାର୍ୟ୍ୟଙ୍କୁ ଭେଟିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର

ପୁରୀ: ଜଗଦଗୁରୁ ଶଙ୍କରାଚାର୍ୟ୍ୟଙ୍କୁ ଭେଟିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ତାଙ୍କୁ ଭେଟି ଆଶୀର୍ବାଦ ନେବା ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଛନ୍ତି । ପ୍ରକଳ୍ପ କାର୍ୟ୍ୟରେ ଏକ ନମ୍ବର ଦୋଷୀ ଏଏସଆଇ ଆଉ ଦୁଇ ନମ୍ବର ଅପରାଧୀ ରାଜ୍ୟ ସରକାର । ତେବେ ସେ ପ୍ରକଳ୍ପକୁ ବିରୋଧ କରୁନାହାଁନ୍ତି, କିନ୍ତୁ ଆଇନ ଅନୁଯାୟୀ ପ୍ରକଳ୍ପ କାର୍ୟ୍ୟ କରାଯାଉ ବୋଲି ସେ କହିଛନ୍ତି । ଶଙ୍କରାଚାର୍ୟ୍ୟଙ୍କୁ ସାକ୍ଷାତ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର ।

ଗୋବର୍ଦ୍ଧନ ମଠରେ ପ୍ରାୟ ୧ ଘଣ୍ଟା ଧରି ସାକ୍ଷାତ ଆଲୋଚନା କରିଥିଲେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ପ୍ରକଳ୍ପ କାର୍ୟ୍ୟ ନେଇ ଏଏସଆଇଓର ଆଭିମୁଖ୍ୟ ଠିକ ନୁହେଁ ବୋଲି ବିଜୟ କହିଥିଲେ । ଆରମ୍ଭରୁ ପ୍ରକଳ୍ପ କାର୍ୟ୍ୟ ଠିକ ନଥିବା ସେ ମତ ଦେଇଥିଲେ । ସେହିପରି ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ମାମଲା ଦାଏର କରିଥିବା ମୃଣାଳିନୀ ପାଢ଼ୀ ମଧ୍ୟ ଶଙ୍କରାଚାର୍ୟ୍ୟଙ୍କୁ ସାକ୍ଷାତ କରିଥିଲେ । ତାଙ୍କର ସାକ୍ଷାତ ଆଲୋଚନା ବ୍ୟକ୍ତିଗତ ଥିବା କଥା ସେ କହିବା ସହ ସୁପ୍ରିମକୋର୍ଟ ଆଦେଶ ମୁତାବକ ଶ୍ରୀମନ୍ଦିରର ବ୍ୟାପକ ସଂସ୍କାର ହୋଇଥିବା ସେ କହିଛନ୍ତି ।ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ଯାତ୍ରୀ ଓ ଭକ୍ତଙ୍କ ପାଇଁ ସର୍ବନିମ୍ନ ମୌଳିକ ନିର୍ମାଣ ଉପରେ କୌଣସି କଟକଣା ନଥିବା ସେ କହିଛନ୍ତି । ସେପଟେ ପ୍ରକଳ୍ପ ପ୍ରସଙ୍ଗ ନେଇ ପୁଣିଥରେ ମୁହଁ ଖୋଲିଛନ୍ତି ଜଗଦଗୁରୁ । ‘ପ୍ରକଳ୍ପ କାର୍ୟ୍ୟ ଆରମ୍ଭରୁ ଯଦି ଧାର୍ମିକ ପରାମର୍ଶ ନିଆଯାଇଥାନ୍ତା ତେବେ ଆଜି ଏଭଳି ପରିସ୍ଥିତି ଉପୁଜିନଥାନ୍ତା । ତେଣୁ ସମନ୍ବୟର ଅଭାବ ଯୋଗୁଁ ଆଜି ଏଭଳି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ରଥଯାତ୍ରା ପୂର୍ବରୁ ଏହି ପ୍ରକଳ୍ପ ବିବାଦର ସମାଧାନ ହେବା ଆବଶ୍ୟକ ।

nis-ad
Leave A Reply

Your email address will not be published.