ଶୀତଳ ଷଷ୍ଠୀ ପାଇଁ ପୂର୍ବ ୩ ତାରିଖରୁ ସମସ୍ତ ମଦ ଦୋକାନ ସିଲ୍

ସମ୍ବଲପୁର: ଶୀତଳ ଷଷ୍ଠୀକୁ ଆଖି ଆଗରେ ରଖି ୩ ଦିନ ମଦ ଦୋକାନ ବନ୍ଦ ରଖିବାକୁ ଜିଲ୍ଲା ପୁଲିସ୍‌ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ୩ ତାରିଖ ରାତିରେ ସମସ୍ତ ବିଦେଶୀ ଠିପି ବନ୍ଦ ମଦ ଦୋକାନକୁ ସିଲ୍‌ କରାଯିବ । ୬ ତାରିଖ ସକାଳୁ ଦୋକାନଗୁଡ଼ିକ ଖୋଲିବ । ଏହି ସମୟରେ ଯେଭଳି ଭାବେ ଚୋରା ମଦ କାରବାର ନହୁଏ ସେଥିପାଇଁ ସମସ୍ତ ସିସିଟିଭି କ୍ୟାମେରାକୁ ସଚଳ ରଖିବାକୁ କୁହାଯାଇଛି ।

ପର୍ବ ସମୟରେ ଯେଭଳି କଳାବଜାର ନହୁଏ ସେଥିପାଇଁ କୌଣସି ବ୍ୟକ୍ତିଙ୍କୁ ଅଧିକ ପରିମାଣର ମଦ ବିକ୍ରି ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସମୟରେ ଯଦି କୌଣସି ମଦ ଜବତ ହୁଏ ତେବେ ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି ।

nis-ad
Leave A Reply

Your email address will not be published.